ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତିରେ ବହୁ ଆଡ଼ମ୍ବରରେ ବସ୍ତିର ଇଷ୍ଟଦେବୀ ମାଁ ବ୍ରାହ୍ମଣୀ ଦେବୀଙ୍କ ବାର୍ଷିକ ଉତ୍ସବ ବିରାଜ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ମାନବାଧିକାର ମିସନର ରାଜ୍ୟ ଉପସଭାପତି ଜଳନ୍ଧର ବେହେରା, ମାନବାଧିକାର ମିସନ ମିଡ଼ିଆ ସମ୍ପାଦକ, ସାମ୍ବାଦିକ କୁନା ଦିଗାଲ, ସାମ୍ବାଦିକ ଅଶୋକ କୁମାର ମିଶ୍ରଙ୍କୁ ବସ୍ତିର କମିଟି କର୍ମକର୍ତ୍ତା ଉପଢୌକନ ଦେଇ ସମ୍ମାନୀତ କରିଥିଲେ ।ତତ ସହିତ କନ୍ଧମାଳ ଜିଲ୍ଲାର ଇଷ୍ଟଦେବୀ ମାଁ ବରାଳ ଦେବୀ ଓ ମାଁ ରୁଦ୍ର କାଳୀ ମନ୍ଦିରର ବରିଷ୍ଠ ପୂଜକ ଦିଲ୍ଲିପ କୁମାର ଖମାରୀଙ୍କ ଆଲୋଚନା କ୍ରମେ ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତିର ବିଭିନ୍ନ ସମସ୍ୟାର ସରଳ ସମାଧାନ ଏବଂ ଉନ୍ନତ ନିମନ୍ତେ ଆଜି ସଂକ୍ରାନ୍ତି ଉପଲକ୍ଷେ ଅଖଣ୍ଡ ଦୀପଜାଳି ମାଁଙ୍କ ପାଖରେ ମାନସିକ କରିଥିବା ଦେଖିବାକୁ ମିଳୁଛି । କାରଣ ବର୍ତ୍ତମାନ କନ୍ଧମାଳ ଜିଲ୍ଲାର ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପୈାରପରିଷଦ ଅନ୍ତର୍ଗତ ସମସ୍ତ ବସ୍ତି ମାନଙ୍କରେ ସରକାରଙ୍କ ବିଭିନ୍ନ ଯୋଜନା ତଥା ,ମୁକ୍ତା ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା ଏବଂ ବସ୍ତି ବାସିନ୍ଦା ସଂଘ,ମାଧ୍ୟମରେ ଫୁଲବାଣୀ ସହରର ବିଭିନ୍ନ ବସ୍ତି ମାନଙ୍କରେ ଭଲ ଥିବା ପକ୍କା ରାସ୍ତା ଉପରେ ପୂନର୍ବାର ବର୍ତ୍ତମାନ ସିମେଣ୍ଟ ଇଟା ଟାଇଲ ଦ୍ଵାରା ନୂତନ ପକ୍କା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । କିନ୍ତୁ ଦୁଃଖର ବିଷୟ ଦୀର୍ଘ ବର୍ଷ ହେବ ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପୈାରପରିଷଦ ଅନ୍ତର୍ଗତ ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତିର ଏବଂ ରୁଗୁଡ଼ିସାହି ବସ୍ତିର ପ୍ରାୟ ୪୦୦, ଘର ପରିବାର ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। ଉକ୍ତ ବସ୍ତିରେ ବସବାସ କରୁଥିବା ନିରିହ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନ ଜାତି ଏବଂ ବିଭିନ୍ନ ବର୍ଗର ଜନସାଧାରଣ ରହୁଛନ୍ତି l ଉକ୍ତ ବସ୍ତିରେ ପକ୍କା ରାସ୍ତା ,ଡ୍ରେନ ,ଶୌଚାଳୟର କୈାଣସି ପ୍ରକାର ବ୍ୟବସ୍ତା ନଥିବାରୁ ଉକ୍ତ ବସ୍ତିର ଜନସାଧାରଣ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏଣୁ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଜିଲ୍ଲା ପ୍ରଶାସନ କିପରି ତ୍ରିଦେବ ନଗର ବସ୍ତିର ଉନ୍ନତି ନିମନ୍ତେ ସହଯୋଗ କରିବେ ସେଥିପାଇଁ ଆଜି ତ୍ରିଦେବ ନଗର ବସ୍ତିର ଇଷ୍ଟଦେବୀ ମାଁ ବ୍ରାହ୍ମଣୀଦେବୀଙ୍କ ବାର୍ଷିକ ଉତ୍ସବ ଅବସରରେ ମାଁ ବ୍ରାହ୍ମଣୀଦେବୀଙ୍କ ପାଖରେ ବସ୍ତିର ସମସ୍ତ ପରିବାର ସଦସ୍ୟଙ୍କ ଆଲୋଚନା ଏବଂ ମତାମତ କ୍ରମେ ମାଁଙ୍କ ପାଖରେ ଅଖଣ୍ଡ ଦୀପଜାଳି ମାନସିକ କରିଥିବା ମଧ୍ଯ ଦେଖିବାକୁ ମିଳୁଛି । ଉକ୍ତ କାର୍ଯ୍ୟକ୍ରମରେ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ ଏବଂ ବସ୍ତିର ସଭାପତି ସୁରଥ କହଁର, ଉପସଭାପତି,ତାରାବତୀ ମାଝୀ, ସମ୍ପାଦକ, ଚନ୍ଦ୍ରମଣୀ ଦେହୁରୀ, ପରାମର୍ଶଦାତା, ଚନ୍ଦ୍ର ମୋହନ ନାୟକ ଏବଂ ବସ୍ତିର ଶୃଙ୍ଖଳିତ ସଦସ୍ୟ, ସୁନୀଲ କୁମାର ଦିଗାଲ, ପ୍ରକାଶ ଚନ୍ଦ୍ର ପାଢି,ମାଧବ ଦିଗାଲ, ଶତୃଘ୍ନ ପ୍ରଧାନ, ତାରାବତୀ ମାଝି, କୋକିଳ ଦିଗାଲ, ଝୁନୁ କହଁର, ଟୁନୀ କହଁର, ଏବଂ ତ୍ରିଦେବ ନଗର ବସ୍ତିର ଶୃଙ୍ଖଳିତ ପରିବାର ସମସ୍ତ ସଦସ୍ୟ ଉପସ୍ଥିତିରେ ମାଁ ବ୍ରାହ୍ମଣୀଦେବୀଙ୍କ ବାର୍ଷିକ ଉତ୍ସବ ଟିକୁ ପାରମ୍ପାରିକ ରିତିନୀତିରେ ପାଳନ କରିଥିବା ଦେଖିବାକୁ ମିଳିଛି l ଏହି କାର୍ଯ୍ୟକ୍ରମ କୁ ବସ୍ତିର ସମସ୍ତ ବାସିନ୍ଦା ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post