କୋରାପୁଟ : କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲଷ୍ମୀପୂର ବ୍ଲକ ର ତୋୟାପୁଟ ଗ୍ରାମ ରେ ଗୋଟିଏ ସାଙ୍ଘାତିକ ଘଟଣା ଘଟିଯାଇଛି ଗୋଟିଏ ଘରେ ସ୍ୱାମୀ ସ୍ତ୍ରୀ ଓ ୨ ବର୍ଷ ର ଶିଶୁ କନ୍ୟା ର ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି ଯାହାକି ସ୍ୱାମି ଙ୍କ ଝୁଲନ୍ତା ମୃତ ଦେହ ଏବଂ ସ୍ତ୍ରୀ ସଫା ଉପରେ ଏବଂ ଶିଶୁର ଚଟାଣ ଉପରେ ପଡିଥିବା ଦେଖିବାକୁ ମିଳିଛି।ବହୁ ସମୟ ଧରି ଘରର କବାଟ ନ ଖାଲି ବାରୁ ପରିବାର ଲୋକଙ୍କୁ ସନ୍ଦେହ ହେବାରୁ ଘରର କବାଟ ଭାଙ୍ଗି ଦେଖିଲା ବେଳକୁ ୩ ଟି ଶବ ଦେଖି ସଙ୍ଗେ ସଙ୍ଗେ ଲଷ୍ମୀପୂର ପୋଲିସ କୁ ଖବର ଦିଆ ଯାଇଥିଲା । ଖବର ପାଇ ଲକ୍ଷ୍ମୀପୁର ପୋଲିଷ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ କେଉଁ ପରିସ୍ଥିତି ରେ ଏହିଭଳି ନିଷ୍ପତି ନେଲେ ତାହା ପୋଲିସ ର ତଦନ୍ତ ପରେ ରହସ୍ୟ ରୁ ପରଦା ଉଠିବ, ପୋଲିସ ମୃତ ଶରୀର କୁ ଜବତ କରି ପୋଷ୍ଟମୋଟମ ପାଇଁ ପଠାଇ ଆତ୍ମହତ୍ୟା ର କାରଣ ଖୋଜୁଛି l ଉକ୍ତ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି , ମୁଖ୍ୟତଃ ୨ ବର୍ଷର ଶିଶୁ ର ମୃତ୍ୟୁ କୁ ନେଇ ଅଞ୍ଚଳ ରେ ଦୁଃଖର ବାତାବରଣ ଦେଖିବାକୁ ମିଳିଛି….
Sign in
Sign in
Recover your password.
A password will be e-mailed to you.
Prev Post