ପୁରୀ: ଫାଟିଲା ବାଇକ୍ ଓ ଟାଭେରା ଚକ । ଅଟୋ ସହ ବାଡେଇ ହେବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ର ଏକ ଇଞ୍ଜିନିୟରିଂ କଲେଜ ନିକଟରେ ଦୁର୍ଘଟଣା ଘଟିଛି । ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଗୁରୁତରଙ୍କୁ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଟ୍ରାଭେରା ଓ ବାଇକ୍ କୋଣାର୍କ ଅଭିମୁଖେ ଯାଉଥିବାବେଳେ ଅଟୋଟି ପୁରୀ ଅଭିମୁଖେ ଯାଉଥିଲା । ଉଭୟ ଟାଭେରା ଓ ବାଇକ୍ ଚକ ଫାଟିଯିବାରୁ ଅଟୋ ସହ ବାଡେଇ ହୋଇଥିଲେ । ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଛି।