ଦେବଗଡ଼: ଦେବଗଡ଼ ପୌର ପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଜଳିଗଲା ଗୁରୁତ୍ୱପୂ୍ର୍ଣ୍ଣ ଅଡିଟ କାଗଜପତ୍ର । ଆଜି ସକାଳୁ ନିଆଁ ଲାଗି ଅଡିଟ୍ କାଗଜପତ୍ର ସହ ୨ଟି ଏସି ପୋଡ଼ି ପାଉଁସ ହୋଇଯାଇଛି । ଗତ ଡିସେମ୍ବର ମାସରୁ ଲୋକାଲ ଅଡିଟ ଫଣ୍ଡରେ ଚାଲିଥିଲା ଅଡିଟ୍ କାମ ।
ସ୍ଥାନୀୟ ଲୋକଙ୍କ ସହାୟତାରେ ନାଇଟ୍ ୱାଚମ୍ୟାନ ନିଆଁ ଲିଭାଇବା ସହ ଦମକଳବାହିନୀକୁ ଖବର ଦେଇଥିଲେ । ତେବେ ଘଟଣା ସ୍ଥଳରେ ଦମକଳବାହିନୀ ପହଞ୍ଚିବା ବେଳକୁ ନିଆଁ ଆୟତ ହୋଇସାରିଥିଲା । ଏହି ଘଟଣାକୁ ନେଇ ନାନା ଆଲୋଚନା ହେଉଥିବା ଦେଖିବାକୁ ମିଳିଛି ।