ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ନବାଗତ ସ୍ବାଗତ ସମ୍ବର୍ଦ୍ଧନା ସହ ଶ୍ରୀ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନାଚକ୍ର ଆୟୋଜନ କରାଯାଉଥିଲା l ଏଥିରେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟର ଅଧକ୍ଷ ଅଷୋକ କୁମାର ଷଡଙ୍ଗୀ ଯୋଗଦାନ କରିବା ସହିତ ପାଠଚକ୍ରର ଶୁଭାରମ୍ଭ କରିଥିଲେ l ସମ୍ମାନିତ ଅତିଥି ରୂପେ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଧ୍ୟାପକ ଲିଙ୍ଗରାଜ ମିଶ୍ର ଯୋଗଦାନ କରି ଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ l ବାଣିଜ୍ୟ ବିଭାଗର ମୁଖ୍ୟ ଡଃ ରଞ୍ଜନ କୁମାର ସ୍ବାଇଁ ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥ ତତ୍ତ୍ୱ ସମ୍ପର୍କରେ ଗୁରୁତ୍ୟତ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ l ଉକ୍ତ ପାଠ୍ୟଚକ୍ରରେ ମହାବିଦ୍ୟାଳୟ ଅଧ୍ୟାପିକା ଲିପ୍ସାରାଣୀ ନାୟକ ଅଧ୍ୟାପକ ଜିସୁଦ ନାୟକ ,ଅଧ୍ୟାପକ ଗୌତମ ନାୟକ, ଅଧ୍ୟାପକ ଡଃ ଗୋକୁଳାନନ୍ଦ ପାତ୍ର , ଅଧ୍ୟାପିକା ସିତlନ୍ସୁ ପରିଡ଼ା, ପ୍ରମୁଖ ଉପସ୍ଥିତ ଥିଲେ l ବିଭାଗ ମୁଖ୍ୟ ଅଧ୍ୟାପକ ତପନ କୁମାର ବେହେରା ସଭାପତି କରିଥିବା ବେଳେ ଅଧ୍ୟାପକ ଟୁକୁନା ପ୍ରସାଦ ବଡୁ ଓ ଅଧ୍ୟାପିକା ଲକ୍ଷ୍ମୀ କୁଜୁଇ ସଦଉ ପଠନ କରିଥିଲେ l ଏଥିରେ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ବିଜୁ ପଣ୍ଡା, ରିନା ମାଝୀ, ନିର୍ମଳା ଖିଲ୍ଲ, ସବିତା ବଳ, ମେନକା ଖେମୁଣ୍ଡୁ, ବର୍ଦ୍ଧା ବଚନିକା, ବିଜୟଲକ୍ଷ୍ମୀ ବଳ, ଅନନ୍ତ ୟାଞ୍ଜାମି , ନିଲେଶ୍ ରାଉତ୍, ପ୍ରିୟଦର୍ଶିନୀ ପ୍ରଧାନ, ଜୟରାମ ପୂଜାରୀ, ପ୍ରାଚିସ୍ମିତା ମହାନ୍ତି, ବିଶ୍ଵନାଥ ମାଡ଼କାମି, ଓ କାଞ୍ଜନ ମଣ୍ଡଲ ସଦଉ ପଠନ କରିଥିଲେ l ପ୍ରଥମେ ବିଭାଗର ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ପରିଶେଷରେ ଅଧ୍ୟାପିକା ଲକ୍ଷ୍ମୀ କୁଜୁର୍ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.