ବାହୁଦା ସାହିତ୍ୟ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ..


ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟିସ୍ଥିତ ରାଜକବି ରାଧାମୋହନ ବିଦ୍ୟାପୀଠ ଠାରେ ରବିବାର ବାହୁଦା ସାହିତ୍ୟ ସଂସଦ, ଚିକିଟିପକ୍ଷରୁ ପଞ୍ଚମ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଚିକିଟୀ ଏନ୍ ଏ ସି ଅଧ୍ୟକ୍ଷା ଦିପା କୁମାରୀ ସାହୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡ. ହୃଷୀକେଶ ପଣ୍ଡା ମୁଖ୍ୟ ବକ୍ତା ଭାବେ ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଡ. ସରୋଜ ମୋହନ ପାଳ, ପ୍ରଫେସର ରମେଶ କୁମାର ତ୍ରିପାଠୀ , କୁକୁଡ଼ା ଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା, ସମାଜସେବୀ ଧର୍ମା ସାହୁ ଓ ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସିନ ରହି ଅଭିଭାଷଣ ପ୍ରଦାନ କରିଥିଲେ।ସଭାପତି ଦୁର୍ଗା ପ୍ରସାଦ ମହାରଣା ସଭାପତିତ୍ବ କରିଥିଲାବେଳେ କବି ସୁଶାନ୍ତ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂପାଦିକା ସଂହିତା ମହାନ୍ତି ବିବରଣୀ ପଠନ କରିଥିବା ବେଳେ ରାଇ ରଞ୍ଜନ ନନ୍ଦ ମଞ୍ଚ ପରିଚାଳନା କରିଥିଲେ। ଅତିଥି ମାନଙ୍କ ଦ୍ଵାରା “ପୁନଶ୍ଚ” ପତ୍ରିକା ଉନ୍ମୋଚନ କରାଯାଇ ସାର୍ବଜନୀନ ହେବା ପରେ ପତ୍ରିକା ରେ କବିତା ଗୁଡ଼ିକ ଉଚ୍ଚ କୋଟିର ହୋଇଥିବା ଅତିଥି ଓ କବି କବୟିତ୍ରୀ ମାନଙ୍କ ଦ୍ଵାରା ପ୍ରକାଶ ପାଇଥିଲା।ସମ୍ବର୍ଦ୍ଧନା ପର୍ବରେ ଆଜୀବନ ସାହିତ୍ୟ ସାଧନା ପାଇଁ ମାନସ କସ୍ତୁରୀ ଗଣେଶ ପ୍ରସାଦ ପଣ୍ଡା, ଯୁବ ସଂପାଦିକା ଭବେ ସ୍ମୃତି ପଟ୍ଟନାୟକ, ସୁ ସାହିତ୍ୟିକ ଭାବେ ରାଜେଶ ମୁଣ୍ଡ୍ (କଳାହାଣ୍ଡି), ସାହିତ୍ୟ ସଂଗଠକ ଭାବରେ ମାଧବ ବାଡତ୍ୟା ଓ ଶିଶୁ କବି ଭାବରେ ରୁଦ୍ର ରୂପା ବ୍ରହ୍ମା ଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା। କବିତା ଆସର ରେ ଅନେକ କବି କବୟିତ୍ରୀ ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ।କାର୍ଯ୍ୟକ୍ରମ ଅଧ୍ୟାପକ ଡ. ସଞ୍ଜୟ ପଣ୍ଡା, ସାମ୍ବାଦିକ ରାଜ ଗୋପାଳ ପାଢୀ, କବି ଜଗନ୍ନାଥ ଚୌଧୁରୀ , ରଞ୍ଜନ କୁମାର ବ୍ରହ୍ମା, ସ୍ୱାଗତିକା ବାହିନୀ ପତି, ନରେନ୍ଦ୍ର ସାହୁ ,ବିଦ୍ୟୁତ୍ ପ୍ରଭା ବେହେରା, ଚିନ୍ମୟ ମିଶ୍ର , ରମା କାନ୍ତ ବେହେରା ଓ ମଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ତ୍ରିପତି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.