ବ୍ରହ୍ମପୁର : ଭୁବନେଶ୍ବରରେ ଫ୍ଲାଟ୍ ଦେବାକୁ କହି ୨କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ବଡ଼ବଜାର ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସେ ହେଲେ ଡି. ଉତ୍ତମ କୁମାର(୪୫)। ପେସାରେ ସେ ଜଣେ ଦାନ୍ତ ଡାକ୍ତର ହୋଇଥିବା ବେଳେ ବଡ଼ବଜାରରେ ତାଙ୍କର ଏକ କ୍ଲିନିକ୍ ରହିଛି। ଏଥିସହ ସେ ଏକ ଘରୋଇ ଡେଭେଲପର୍ସ କମ୍ପାନିର ପ୍ରୋଜେକ୍ଟ ଡାଇରେକ୍ଟର୍ ଥିଲେ। ବାକ୍ ଚାତୁରିରେ ଅଭିଯୋଗକାରୀଙ୍କ ବିଶ୍ବାସଭାଜନ ହୋଇ ଏଭଳି ଟଙ୍କା ଠକି ନେଇଥିବା ନେଇ ୨୦୨୧ ଅକ୍ଟୋବର୍ରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା କେସ୍ ନଂ୨୦୨/୨୦୨୧ରେ ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଛି ।ବଡ଼ବଜାର ଥାନା ଅନ୍ତର୍ଗତ ଗୌଡ଼ସାହିର କେ.ସତିଶ କୁମାର ସୁବୁଦ୍ଧି ଏହି ଅଭିଯୋଗ କରିଥିବା ସୂଚନା ମିଳିଛି। ତାଙ୍କ ଅଭିଯୋଗ ମୁତାବକ, ୨୦୧୮ରେ ସେ ଅଭିଯୁକ୍ତ ଦାନ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିଲେ। ତାଙ୍କର ୟୁଏମ୍ଏସ୍ ଡେଭେଲପର୍ସ ପ୍ରାଇଭେଟ୍ ଲିମିଟେଡ୍ ନାମରେ ଏକ ସଂସ୍ଥା ଥିବା, ସେଥିରେ ଅନ୍ୟଦୁଇ ଜଣ ପାର୍ଟନର୍ ଥିବା, ଏବଂ ଉକ୍ତ ସଂସ୍ଥା ମାଧ୍ୟମରେ ଭୁବନେଶ୍ବର ଓ ବ୍ରହ୍ମପୁରରେ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ଗଢ଼ାଯାଇ ଗ୍ରହାକଙ୍କୁ ଯୋଗାଇ ଦିଆଯାଉଥିବା କହିଥିଲେ। ଭୁବନେଶ୍ବରରେ ଏଭଳି ଏକ ବହୁତଳ ବିଶିଷ୍ଟ କୋଠା ନିର୍ମାଣ ଚାଲିଥିବା ବେଳେ ସେଥିରେ ହାଉସିଂ ପ୍ରୋଜେକ୍ଟ ପାଇଁ ଥିବା ସ୍କିମ୍ ମାଧ୍ୟମରେ ଗୋଟିଏ ଫ୍ଲାଟ୍ ସତିଶଙ୍କୁ ଯୋଗାଇ ଦେବେ, ଏଥିପାଇଁ ୨କୋଟି ଟଙ୍କା ସହ ନୋଟାରି ଆଫିଡେଭିଟ୍ ଓ ପ୍ରତିଶ୍ରୁତିପତ୍ର ଆଦି ପାଇଁ ଅନ୍ୟ ଖର୍ଚ୍ଚ ଲାଗିବ ବୋଲି କହିଥିଲେ। ତାଙ୍କ କଥାକୁ ବିଶ୍ବାସ କରି ସତିଶ୍ ଟଙ୍କା ଦେଇଥିଲେ। କିନ୍ତୁ ସତିଶଙ୍କୁ ସେ ଫ୍ଲାଟ୍ ଦେବା ପରିବର୍ତ୍ତେ ପ୍ରଥମେ ବିଭିନ୍ନ ବାହାନା କରିଥିଲେ। ଟଙ୍କା ଫେରସ୍ତ ମାଗିବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ଶେଷରେ ଅଭିଯୋଗକାରୀ ଥାନାର ଦ୍ବାରସ୍ଥ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.