ବାରବାଟୀ-କଟକ ନିର୍ବାଚନ ଅନିୟମିତତା ମାମଲା; ଅସମ୍ପୂର୍ଣ୍ଣ ରହିଲା ମୋକିମଙ୍କ ସାକ୍ଷ୍ୟଗ୍ରହଣ…

କଟକ: ବାରବାଟୀ-କଟକ ନିର୍ବାଚନ ଅନିୟମିତତା ନେଇ ରୁଜୁ ମାମଲାର ପ୍ରତିପକ୍ଷ ବିଧାୟକ ମହମ୍ମଦ ମୋକିମଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ ତାହା ଅସମ୍ପୂର୍ଣ୍ଣ ରହିଛି । ଆବେଦନକାରୀ ବିଜେଡ଼ିର ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ଓକିଲ ଗୋପାଳ ଅଗ୍ରୱାଲ ମୋକିମ୍‌ଙ୍କୁ ଜେରା କରିଥିଲେ । ବିଚାରପତି ସଙ୍ଗମ କୁମାର ସାହୁ ମାମଲାର ଶୁଣାଣିକରି ପରବର୍ତ୍ତି ଶୁଣାଣି ଆସନ୍ତା ୧୫ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତିି ।

ସୂଚନାଯୋଗ୍ୟ ଗତ ବିଧାନସଭା ନିର୍ବାଚନରେ ପରାଜିତ ପ୍ରାର୍ଥୀ ଶ୍ରୀ ସାମନ୍ତରାୟ କଂଗ୍ରେସର ବିଜୟୀ ପ୍ରାର୍ଥୀ ମୋକିମଙ୍କ ବିରୋଧରେ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ପୂର୍ବରୁ ଆବେଦନକାରୀ ଶ୍ରୀ ସାମନ୍ତରାୟଙ୍କ ସାକ୍ଷ୍ୟ ଗ୍ରହଣ ସମ୍ପୂର୍ଣ୍ଣ ହୋଇଛି । ପ୍ରତିପକ୍ଷଙ୍କ ପକ୍ଷରୁ ଆଇନଜୀବୀ ବିଦ୍ୟାଧର ମିଶ୍ର ମାମଲା ପରିଚାଳନା କରୁଛନ୍ତି ।

nis-ad
Leave A Reply

Your email address will not be published.