ଗୋପାଳର ସରିଲା ନାର୍କୋ ଟେଷ୍ଟ : ଡିଜିପିଙ୍କୁ ଏନ୍‌ଏଚ୍‌ଆରସି ମାଗିଲେ ଏଟିଆର ରିପୋର୍ଟ…

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ୧୩ ଦିନ ବିତିଗଲାଣି, ହେଲେ ଏହି ହାଇ ପ୍ରୋଫାଇଲ୍ ହତ୍ୟାକାଣ୍ଡର କାରଣ ଜଣାପଡ଼ିଲା ନାହିଁ । ଏଏସ୍‌ଆଇ ଗୋପାଳ ଦାସଙ୍କୁ ମାରାଥନ୍ ଜେରା କରି କ୍ରାଇମ ବ୍ରାଞ୍ଚ ନିରାଶ ହୋଇଥିଲା । ତେଣୁ ଗୋପାଳର ଗତକାଲି ଗୁଜୁରାଟ ଗାନ୍ଧୀନଗରରେ ପଲିଗ୍ରାଫ୍ ଟେଷ୍ଟ କରାଯାଇଥିବା ବେଳେ ଆଜି ନାର୍କୋ ଟେଷ୍ଟ ହୋଇଛି । ନାର୍କୋ ଟେଷ୍ଟ ପୂର୍ବରୁ ଗୋପାଳର ଡାକ୍ତରୀ ମାଇନା କରାଯାଇଥିଲା । ହେଲେ ଗୋପାଳ ଡାକ୍ତରୀ ମାଇନା ସମୟରେ ଅତି ଶାନ୍ତ ସ୍ୱଭାବ ବ୍ୟବହାର କରିବା ସହ ହସୁଥିବାରୁ ଦେଖିବାକୁ ମିଳିଥିଲା । ଶେଷରେ ନାର୍କୋ ଟେଷ୍ଟ କରାଯାଇଥିଲା ।

କ୍ରାଇମ୍‌ବ୍ରାଞ୍ଚ ଏକ୍ସପର୍ଟ ଟିମ୍ ଦେଇଥିବା ପ୍ରଶ୍ନକୁ ଗୋପାଳକୁ ପଚରାଯାଇଥିଲା । ଅଭିଯୁକ୍ତ ଗୋପାଳର ମିଛ ସତକୁ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । ଗାନ୍ଧୀନଗର ଏସ୍‌ଏଫ୍‌ଏସ୍‌ଏଲ୍ ଲ୍ୟାବରେ ଗୋପାଳର ହୋଇଥିଲା ମିଛଧରା ପରୀକ୍ଷା । ନାର୍କୋ ଟେଷ୍ଟ କରିବା ସମୟରେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଉପସ୍ଥିତ ଥିଲେ । ଏହା ପୂର୍ବରୁ ଝାରସୁଗୁଡ଼ାରେ ଗୋପାଳର ଏଲ୍‌ଭିଏ ଟେଷ୍ଟ କରାଯାଇଛି । ମନସ୍ତତ୍ୱବିତଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ମେଡିକାଲ କମିଟି ତା’ର ମାନସିକ ସ୍ଥିତି ଅନୁଧ୍ୟାନ କରିଥିଲେ । ଏଲ୍‌ଭିଏ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଜେରା ବେଳେ ଗୋପାଳ ଦେଇଥିବା ବୟାନ କେତେ ସତ, ତଦନ୍ତକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିନି ତ ଅଭିଯୁକ୍ତ, ମିଛ କହି ମାମଲାକୁ ନୂଆ ମୋଡ଼ ଦେଉନି ତ ଇତ୍ୟାଦି ସଂପର୍କରେ ଗୋପାଳଠୁ ସତ ଆଦାୟ କରିବା ପାଇଁ ଏହି ନାର୍କୋ ଟେଷ୍ଟ କରାଯାଇଛି ।

ଗୋପାଳ ଏହି ଟେଷ୍ଟ ସମୟରେ ସବୁ ପ୍ରଶ୍ନର ଉତ୍ତର ଦେଇଥିବା ଜଣାପଡିଛି । ଏହି ଟେଷ୍ଟର ରିପୋର୍ଟ ଆସିବା ପରେ ହତ୍ୟା ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ । ଅନ୍ୟପକ୍ଷରେ ଝାରସୁଗୁଡ଼ାର ଗାନ୍ଧୀ ଛକରୁ ଯାଇ ଗୁଜୁରାଟର ଗାନ୍ଧୀ ନଗର ଛକରେ ତଦନ୍ତ ପହଁଚିଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ କୌଣସି ନିର୍ଯ୍ୟାସରେ ପହଞ୍ôଚ ପାରିନାହିଁ । ଯାହାକୁ ନେଇ କେବଳ ବିରୋଧି ନୁହେଁ, ଏବେ ନବଙ୍କ ଅନୁଗତ ଶୁଭେଚ୍ଛୁ ଓ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏପରିକି ଏହାର ସିବିଆଇ ତଦନ୍ତ କରାଗଲେ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ବ୍ରାଜରାଜନଗର ପୌରପାଳିକା ଉପାଧ୍ୟକ୍ଷ ଗୋପାଳ ସିନାତୀ । ବଡ଼ କଥା ହେଲା ଏହି ମାମଲାକୁ ଏନ୍‌ଏଚ୍‌ଆରସି ଗୁରୁତର ସହ ନେଇଛନ୍ତି । ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଏନ୍‌ଏଚ୍‌ଆରସି ରାଜ୍ୟ ପୁଲିସ ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି । ଏହି ମାମଲାରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ୪ ସପ୍ତାହ ମଧ୍ୟରେ ଜଣାଇବାକୁ କୁହାଯାଇଛି ।

nis-ad
Leave A Reply

Your email address will not be published.