ଭାରତୀୟ ଆଇଟି ପ୍ରଫେସନାଲ୍‌ଙ୍କୁ ଆଶ୍ୱସ୍ତି ଦେଲା ଆମେରିକା; ଏଚ୍‌-୧ ବି ଭିସା ରିନ୍ୟୁ ପାଇଁ ସ୍ୱଦେଶ ଯିବାକୁ ପଡ଼ିବନି…

ୱାଶିଂଟନ: ଆମେରିକାରେ ଚାକିରି କରୁଥିବା ଭାରତୀୟ ଆଇଟି ପ୍ରଫେସନାଲ୍‌ଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି ଆମେରିକା । ଆମେରିକା ଏଚ୍‌-୧ ବି ଏବଂ ଏଲ୍‌-୧ ଭିସା ଉପରେ ଏକ ପାୟଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି । ଏହି ପ୍ରୋଜେକ୍ଟ ଅଧିନରେ ଆମେରିକା ଡୋମେଷ୍ଟିକ୍ ଭିସା ରିଭେଲିଡେସନ୍ ଆରମ୍ଭ କରିବ । ଫଳରେ ଭାରତୀୟ ଆଇଟି ପ୍ରଫେନାଲ୍‌ଙ୍କୁ ଭିସା ରିନ୍ୟୁ କରିବା ପାଇଁ ଭାରତ ଯିବାକୁ ପଡ଼ିବ ନାହିଁ । ଅସଲରେ ୨୦୪୪ ପର୍ଯ୍ୟନ୍ତ ଏଚ୍‌-୧ବି ଭିସା ଆମେରିକାରେ ହିଁ ରିନ୍ୟୁ କରାଯାଉଥିଲା ।

ମାତ୍ର ଏହାପରେ ଆମେରିକାରେ କାମ କରୁଥିବା ପ୍ରବାସୀ କର୍ମଚାରୀଙ୍କୁ ଏହା ରିନ୍ୟୁ କରାଇବା ପାଇଁ ନିଜ ଦେଶକୁ ଯିବାକୁ ପଡ଼ିଥିଲା । ଏହି ନୂଆ ପାୟଲଟ୍ ପ୍ରୋଜେକ୍ଟ ଅଧିନରେ ଏଚ୍‌-୧ବି ଭିସା ଆମେରିକାରେ ହିଁ ରିନ୍ୟୁ କରାଯିବ । ଅର୍ଥାତ୍ କୌଣସି ପ୍ରବାସୀ କର୍ମଚାରୀଙ୍କୁ ଏହା ରିନ୍ୟୁ କରିବା ପାଇଁ ନିଜ ଦେଶ ଯିବାକୁ ପଡ଼ିବ ନାହିଁ । ବିଦେଶ ବିଭାଗ ମୁଖପାତ୍ର କହିଛନ୍ତି, ଚଳିତ ବର୍ଷ ଶେଷ ଆଡ଼କୁ ଆରମ୍ଭ ହେବାକୁ ଥିବା ଏହି ପାୟଲଟ୍ ପ୍ରୋଜେକ୍ଟର ପ୍ରାରମ୍ଭରେ କେତେକ ଭିସାଧାରୀଙ୍କୁ ହିଁ ଏହାର ଲାଭ ମିଳିବ । ଆସନ୍ତା ଗୋଟିଏ କିମ୍ବା ଦୁଇଟି ବର୍ଷ ମଧ୍ୟରେ ଏହି ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ଭାବେ ଲାଗି ହୋଇଯିବା ପରେ ଆମେରିକାରେ ଥିବା ହଜାର ଭାରତୀୟ ଆଇଟି ପ୍ରଫେସନାଲ୍‌ଙ୍କୁ ବଡ଼ ଆଶ୍ୱସ୍ତି ମିଳିବ ।

nis-ad
Leave A Reply

Your email address will not be published.