ଭଦ୍ରକ ଜିଲ୍ଲାର ଦ୍ୱିତୀୟ ଅର୍କକ୍ଷେତ୍ର ବିରଞ୍ଚିନାରାୟଣଙ୍କ ପୀଠରେ ପାଳିତ ହୋଇଛି ପ୍ରସିଦ୍ଧ ଗୁଣ୍ଡୁଣୀ ମେଳା…

ଭଦ୍ରକ :ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ପାଳିଆବିନ୍ଧା ପଞ୍ଚାୟତର ଥିବା ପ୍ରାଚୀନ ଅର୍କକ୍ଷେତ୍ର ବିରଞ୍ଚିନାରାୟଣଙ୍କ ପୀଠ । ଏଠାରେ ପ୍ରସିଦ୍ଧ ଗୁଣ୍ଡୁଣୀ ମେଳା ଆରମ୍ଭ ହୋଇ ଯାଇଛି । ଚଳିତ ବର୍ଷ ଏହି ମେଳାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଏହି ମେଳା ୫ ଦିନ ଧରି ଚାଲିବ।

ପୌରାଣିକ କିମ୍ବଦନ୍ତୀ ଓ ଐତିହାସିକ ପୃଷ୍ଠଭୂମି ଉପରେ ଓଡ଼ିଶାର ଯେଉଁ ମନ୍ଦିର ରହିଛି ସେମାନଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ପାଳିଆବିନ୍ଧା ପଂଚାୟତ ର ଥିବା ବିରଞ୍ଚି ନାରାୟଣ ମନ୍ଦିର ହେଉଛି ଅନ୍ଯତମ। ଯାହା ଦ୍ୱିତୀୟ ଅର୍କ କ୍ଷେତ୍ର ଭାବେ ପରିଚିତ। ନବମ ଶତାବ୍ଦୀ ରୁ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ଏହାର ଐତିହ୍ଯ ଓ ପରମ୍ପରା ଭିନ୍ନ ଏକ ଗାଥା ବହନ କରିଛି। ଏହି ମନ୍ଦିରରେ ସ୍‌ୱୟଂ ବ୍ରହ୍ମ ଦେବ ପୂଜା ପାଇ ଆସୁଛନ୍ତି।

nis-ad
Leave A Reply

Your email address will not be published.