ଆଇଏଏସ୍ ପୂଜା ସିଂଘଲଙ୍କୁ ଅନ୍ତରୀଣ ଜାମିନ…

ନୂଆଦିଲ୍ଲୀ : ଝାରଡ଼ଖଣ୍ଡ ମନରେଗା ଘୋଟାଲାରେ ଅଭିଯୁକ୍ତ ଆଇଏଏସ୍ ଅଧିକାରୀ ପୂଜା ସିଂଘଲଙ୍କୁ ସୁପ୍ରିମ୍‌କୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । କନ୍ୟାଙ୍କ ଚିକିତ୍ସା ପାଇଁ କୋର୍ଟ ଦୁଇମାସ ପାଇଁ ଏହି ସସର୍ତ୍ତ ଜାମିନ ଦେଇଛନ୍ତି । ସର୍ତ୍ତ ଅନୁସାରେ ଜାମିନ ଅବଧିରେ ପୂଜା ସିଂଘଲ ଝାଡ଼ଖଣ୍ଡ ଯିବେ ନାହିଁ ତଥା ସାକ୍ଷୀଙ୍କ ସହିତ ଯୋଗାଯୋଗ କରିବେ ନାହିଁ ବୋଲି କୋର୍ଟ ଆଦେଶ ଦେଇଛନ୍ତି । ପୂର୍ବ ଶୁଣାଣିରେ ସୁପ୍ରିମକୋର୍ଟ ତାଙ୍କୁ ଏକମାସ ପାଇଁ ଅନ୍ତରୀଣ ଜାମିନ ଦେଇଥିଲେ ।

ଏହାପରେ ସେ ଫେବୃଆରୀ ୪ ତାରିଖରେ ନିମ୍ନ ଅଦାଲରେ ସରେଣ୍ଡର୍ କରିଥିଲେ ଏବଂ ସେଠାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା । ପୂଜା ସିଂଘଲ ରାଜ୍ୟର ଖଣି ଏବଂ ଭୂବିଜ୍ଞାନ ବିଭାଗ ସଚିବ ଏବଂ ଝାଡ଼ଖଣ୍ଡ ରାଜ୍ୟ ଖଣିଜ ବିକାଶ ନିଗମ ଲିମିଟେଡ୍ (ଜେଏସ୍‌ଏମ୍‌ଡିସି)ର ପ୍ରବନ୍ଧ ନିର୍ଦ୍ଦେଶକ ମଧ୍ୟ ଥିଲେ । ସେ ୨୦୦୯ରୁ ୨୦୧୦ ମଧ୍ୟରେ ଖୁଣ୍ଟି ଜିଲ୍ଲାର ଡେପୁଟି କମିଶନର୍ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

nis-ad
Leave A Reply

Your email address will not be published.