ସମ୍ବଲପୁର ଓକିଲଙ୍କୁ ସର୍ତ୍ତମୂଳକ ଜାମିନ…

ସମ୍ବଲପୁର: ସମ୍ବଲପୁରରେ କୋର୍ଟ ପରିସରରେ ଆଇନଜୀବୀଙ୍କ ଭଙ୍ଗାରୁଜା ପ୍ରସଙ୍ଗ । ଗିରଫ ହୋଇଥିବା ୨୯ ଜଣ ଓକିଲଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷଣ ରଖିଛନ୍ତି ହାଇକୋର୍ଟ । ଧନୁପାଲି ମାମଲାରେ ମିଳିଲା ସର୍ତ୍ତମୂଳକ ଜାମିନ ।ଗତବର୍ଷ ଡିସେମ୍ବର ୧୨ ତାରିଖରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମୟରେ ଜଜଙ୍କ ଚ୍ୟାମ୍ବରରେ ପଶି ଭଙ୍ଗାରୁଜା କରିଥିଲେ ଗିରଫ ହୋଇଥିବା ଓକିଲ ।

ହାଇକୋର୍ଟ ବେଞ୍ଚ୍‌ ଦାବି ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀ ପୋଲିସର ବ୍ୟାରିକେଟ ଭାଙ୍ଗି ବିଚାରପତିଙ୍କ ଚାମ୍ବର ଭିତରକୁ ବଳ ପୂର୍ବକ ପଶି ଭଙ୍ଗାରୁଜା କରିଥିଲେ । ଫଳରେ ବିଚାରପତି ଫେରିଯାଇଥିଲେ । ଏହି ଘଟଣାରେ ପୋଲିସ ସିସିଟିଭି ଯାଞ୍ଚ କରି ଓକିଲଙ୍କୁ ଗିରଫ କରିଥିଲା ।

nis-ad
Leave A Reply

Your email address will not be published.