ବଳଦକୁ ଧକ୍କା ଦେଇ ମଟର ସାଇକେଲ ଚାଳକ ଗୁରୁତର

ଦାରିଙ୍ଗବାଡ଼ି,୭/୨ : ଦାରିଙ୍ଗବାଡ଼ି ପେଟ୍ରୋଲ ପମ୍ପ ରୋଡ଼ରେ ବଳଦକୁ ଧକାଦେଇ ମଟର ସାଇକେଲ ଚାଳକ ଦୁଷ୍ମନ୍ତ ନାୟକ(୩୦) ଗୁରୁତର ହୋଇଛନ୍ତି । ଦୁଷ୍ମନ୍ତ ନାୟକ ରାଇକା ବ୍ଳକ ଅନ୍ତର୍ଗତ କାଲିଗାଡୁ ଗ୍ରାମର କୋୖଣସି କାମରେ ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଗ୍ରୀନବାଡ଼ି ଗ୍ରାମକୁ ଆସିଥିଲେ । ଆଜି ସନ୍ଧ୍ୟା ସମୟ ପ୍ରାୟ ସାଡ଼େ ୬ଘଣ୍ଟା ସମୟରେ କାଲିଗାଡୁ ଗ୍ରାମକୁ ଫେରିବା ପାଇଁ ମଟର ସାଇକେଲରେ ପେଟ୍ରୋଲ ପକାଇବା ପାଇଁ ପେଟ୍ରୋଲ ପମ୍ପ ଯାଇ ଫେରୁଥିଲେ । ଏହି ସମୟରେ ହଟାତ ଏକ ଗାଈ ରୋଡ଼ ମଝିକୁ ଧାଇଁ ଆସିଥିଲା । ଫଳରେ ମଟର ସାଇକେଲ ଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହୋଇଥିଲେ । ଏହି ଖବର ଅଗ୍ନିଶମ ବିଭାଗକୁ କେହି ଜଣେ ସୂଚନା ଦେଇଥିଲେ । ସୂଚନା ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଦୁଷ୍ମନ୍ତକୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଇଥିବା ଜଣା ପଡ଼ିଛି ।

nis-ad
Leave A Reply

Your email address will not be published.