ସୁନ୍ଦରଗଡ଼ ବିଜେଡି ତରଫରୁ ଦିବଂଗତ ନେତା ନବକିଶୋର ଦାସଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଶୋକସଭା

ସୁନ୍ଦରଗଡ଼ : ଆଜି ସୁନ୍ଦରଗଡ଼ ବିଜୁ ଜନତା ଦଳ ତରଫରୁ ସଂସ୍କୃତି ଭବନ ଠାରେ ଦିବଂଗତ ନେତା ଝାରସୁଗୁଡା ବିଧାୟକ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗୀୟ ନବକିଶୋର ଦାସଙ୍କ ବିୟୋଗରେ ଏକ ଶୋକ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ମହିଳା ବିଜେଡି ସଭାପତି ରଞ୍ଜନା ପଣ୍ଡାଙ୍କ ପରିଚାଳନାରେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ବିଜେଡିର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ, ରାଜ୍ୟ ମହିଳା ବିଜେଡିର ଉପସଭାପତି ପଦ୍ମିନୀ ଶେଖରଦେଓ,ରାଜ୍ୟ ବିଜେଡିର ସାଧାରଣ ସମ୍ପାଦକ ଯୋଗେଶ ସିଂ, ଅନ୍ୟତମ ସମ୍ପାଦକ ପ୍ରଫୁଲ୍ଲ ମାଝୀ, ଜିଲ୍ଲା ବିଜେଡି ସଭାପତି ବିନୟ ଟପ୍ପୋ,ରାଜ୍ୟ ଯୁବବିଜେଡି କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଏକ,ଜିଲ୍ଲା ପରିଷଦ ସଭାପତି କୁନ୍ତୀ ପ୍ରଧାନ,ଉପନଗରପାଳ ଲଲାଟେନ୍ଦୁ ପରିଡା, ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀ, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ଜିଲ୍ଲା ବିଜେଡି ଯୁବ ସଭାପତି ଦେବେନ୍ଦ୍ର ମାଝୀ, ଜିଲ୍ଲା ଛାତ୍ର ବିଜେଡି ସଭାପତି ସେହେବାଜ ହୁସେନ, ରାଜଗାଙ୍ଗପୁର ବିଜେଡିର ବରିଷ୍ଠ ନେତା ଜିତୁ ଦାସ,ପୂର୍ବତନ ନଗରପାଳ ସୁମନ୍ତ ପଣ୍ଡା,ପ୍ରମୁଖ ମଞ୍ଚାସିନ ଥିଲେ । ଏହି ସଭାରେ ସମସ୍ତ ନେତା ଏବଂ ବକ୍ତା ତାଙ୍କ ବକ୍ତବ୍ୟରେ ସ୍ବର୍ଗୀୟ ନେତା ନବ କିଶୋର ଦାସଙ୍କ ବିୟୋଗରେ ସର୍ବପ୍ରଥମେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ ସ୍ବର୍ଗୀୟ ନବ ଦାସଙ୍କ ବିୟୋଗ ପଶ୍ଚିମାଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିବା ସହିତ ଏହି କ୍ଷତିକୁ କେହି ଭରଣା କରିପାରିବେନି ଏବଂ ରାଜ୍ୟ ଏକ ଟାଣୁଆନେତାକୁ ହରେଇଲା ବୋଲି ମତ ପ୍ରକାଶ କରିଥିଲେ। ବିଜେଡିରେ ଯୋଗ ଦେଇ ସେ ଖୁବ କମ ସମୟ ମଧ୍ୟରେ ସମସ୍ତ ବିଜେଡି କର୍ମୀଙ୍କୁ ଚିହିଁପାରି ସମସ୍ତଙ୍କୁ ନିଜର କରି ପାରିଥିଲେ ।ମହାମାରୀ କରୋନା ସମୟରେ ତାଙ୍କ ଦକ୍ଷ ପଦକ୍ଷେପ ପାଇଁ ରାଜ୍ୟରେ ଅନେକ ଲୋକଙ୍କ ଜୀବନ ବଞ୍ଚିଵା ସହିତ ପୁରା ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗକୁ ସଜାଗ ରଖିଥିଲେ ଯେଉଁଥିପାଇଁ ସେ ପ୍ରଶଂସାର ପାତ୍ର ହୋଇ ଥିଲେ ।ନବ ଦାସଙ୍କ ଯେତେ ଗୁଣ ଗାଇବା ଯେତେ ପ୍ରଶଂସା କଲେ ବି ତାହା କମ ହେବ ବୋଲି ସେମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି ଅଭାବନୀୟ ସମୟରେ ଭଗବାନ ସ୍ବର୍ଗୀୟ ନବ କିଶୋର ଦାସଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ସାହସ ଦେବା ସହିତ ସମସ୍ତଙ୍କ ଉପରେ ଆଶୀର୍ବାଦ କରନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଥିଲେ। ଶେଷରେ ଶିବାଜୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ ।ଏହି ସଭାରେ ଅମୀୟ ପ୍ରଧାନ, ଗେଲବତୀ ପଟେଲ,ଜୟନ୍ତୀ ଏକ୍କା, ଅଶ୍ୱିନୀ ନାଏକ, ମଞ୍ଜୁ ନାଏକ, ସୁନୀଲ ମହାପାତ୍ର, ଜଟିଆ ମୁଣ୍ଡା, ରୀନା ମାଝୀ, ଦୀପକ ବିଶ୍ୱାସ,ଅଶୋକ ମହାନ୍ତି, ଗୋରଙ୍ଗ ଧଳ, ରୋଶନ ସାହୁ,ରାଜା ହୋତା, ଅମନ ହୁସେନ, ଅନିରୁଦ୍ଧ ସାହୁ, ଋତୁରାଜ ପୁରୋହିତ, ଜାଗ୍ରତ ଯୋଶୀ, ନିଖିଳ ସାହୁ, ବିକାଶ ରାଉତରାୟ, ସୁଧାଂଶୁ ଦାସ, ବିଶ୍ୱ ରାଉତ, ସୁଶାନ୍ତ ଦେବ, ସୁମିତ ବଞ୍ଚୁର, ବିକି ତାଣ୍ଡିଆ, ବାବୁଲି ତୀର୍କି, ପ୍ରାଦୁମ୍ନ ତାଣ୍ଡିଆ, ନିଲୁ ପଟେଲ, ବଣ୍ଟି ପଟେଲ, ଆଶୁ କଲେତଙ୍କ ସହିତ ସହସ୍ରାଧିକ ମହିଳା, ଯୁବ ଏବଂ ଛାତ୍ର ବିଜେଡିର କର୍ମୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.