ଖାଉଟିସୁରକ୍ଷା ସଚେତନତା ସପ୍ତାହ ପାଳନ…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଖାଉଟି ସୁରକ୍ଷା ସଚେତନତା ସପ୍ତାହ ପାଳିତ ହୋଇଯାଇଛି l ସ୍ବେଛାସେବୀ ଅନୁଷ୍ଠାନ କଲ୍ୟାଣୀ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବେଳେ ଅନୁଷ୍ଠାନର ଅଧ୍ୟକ୍ଷ ଇଂ ପ୍ରକାଶ ଚନ୍ଦ୍ର ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ବରିଷ୍ଠ ଅଧିବକ୍ତା ଓ ସାହିତ୍ୟିକ ବିଜୟକୃଷ୍ଣ ପଟ୍ଟନାୟକ ଯୋଗଦେଇଥିଲେ l ସାମ୍ପ୍ରତିକ ସମୟରେ ଗ୍ରାହକ ମାନେ ସଚେତନ ହେବା ସହ ଜିନିଷ କିଣିଲା ବେଳେ ଯେମିତି ଠକାମିରେ ନ ପଡିବେ ଏବଂ ବିଲ ସାଙ୍ଗରେ ନେବେ ବୋଲି ମତ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ମାପ ଓ ଓଜନ ବିଭାଗର ଅଧିକାରୀ ରାଜେଶ କୁମାର ନାୟକ ଓ ବିକାଶ ଚନ୍ଦ୍ର ସାହୁ, ସାଧାରଣ ଯୋଗାଣ ଅଧିକାରୀ ଶ୍ରୀ ସତ୍ୟବ୍ରତ ଷେଣ୍ଢ ପ୍ରଭୃତି ଯୋଗ ଦେଉ ନିଜ ନିଜ ବକ୍ତବ୍ୟ ରଖିଥିଲେ l କଲ୍ୟାଣୀର ସମ୍ପାଦିକା ବିଜୟଲକ୍ଷ୍ମୀ ସାହୁ ପରିଚାଳନା କରିଥିଲା ବେଳେ ତାଲିମପ୍ରାପ୍ତ ଅଧିକାରୀ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲାବେଳେ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.