ଶିଶୁ ଅଧିକାର ଓ ସୁରକ୍ଷା ଏବଂ ବାଲ୍ୟ ବିବାହ ପ୍ରତିରୋଧ ଆଲୋଚନା ଚକ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେଅନ୍ତରଙ୍ଗ, ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ, କନ୍ଧମାଳ ଓ ପ୍ରଦାତ୍ତା ମିଳିତ ଆନୁକୁଲ୍ୟରେ ଶିଶୁ ଅଧିକାର ଓ ସୁରକ୍ଷା ଏବଂ ବାଲ୍ୟ ବିବାହ ପ୍ରତିରୋଧ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଭାରପ୍ରାପ୍ତ ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଥାନା ଅଧିକାରୀ ଏଲ୍. ନାୟକ, ପ୍ରଦାତ୍ତା ଅନୁଷ୍ଠାନର ସମ୍ପାଦକ ପ୍ରଦୀପ କୁମାର ଦାସ, ସମନ୍ୱିତ ଶିଶୁ ବିକାଶ ଯୋଜନାରସୁପରଭାଇଜର ନିରୁପମା ଦାସ, ସେଣ୍ଟ ଭିନସେଣ୍ଟ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନୀଳମାଧବ ପାତ୍ର, ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ସମ୍ପାଦିକା ବିଷ୍ଣୁପ୍ରିୟା ପ୍ରଧାନ ଓ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ମନୋଜ କୁମାର ତ୍ରିପାଠୀ ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁ ସଭାପତିତ୍ବ କରିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମ ସମାଜ ଓ ବିଦ୍ୟାଳୟ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟ ଅତିଥି ଶ୍ରୀ ସ୍ବାଇଁ ନିଜର ଅଭିଭାଷଣ ଆରମ୍ଭ କରିବା ସହିତ ସରକାରଙ୍କ ଶିଶୁ ଅଧିକାର ଆଇନ ଓ ବାଲ୍ୟ ବିବାହ ସମ୍ପର୍କିତ ଆଇନ୍ ଓ ଦଣ୍ଡ ବିଧାନ ଏବଂ ବିଭିନ୍ନ ଉଦାହରଣ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ ତତ୍ ସହିତ ଅଞ୍ଚଳରେ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ମୁଁ ଓ ମୋର ଥାନା ପକ୍ଷରୁ ପୂର୍ଣ୍ଣ ସହଯୋଗ ରହିବ ବୋଲି ଅଭିଭାଷଣରେ କହିଥିଲେ । ସମାଜରେ ଏହି ଭଳି କୁସଂସ୍କାରକୁ ଦୂରେଇ ଦେବା ପାଇଁ ଏହାର କୁପରିଣାମ ଏବଂ ଏହି ବୟସରେ ନିଜର ସଂଯମତା ରକ୍ଷାକରି ଶିକ୍ଷା ଦିଗରେ ଆଗେଇଯିବା ପାଇଁ ପରାମର୍ଶ ଦେଇଥିଲେ ।

ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବିଷୟରେ କହିବା ସହିତ ଏହା ପ୍ରଥମ ପର୍ଯ୍ୟାୟରେ ଘୁ. ଉଦୟଗିରିର ପ୍ରତିଟି ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେବ ଏବଂ ଏହା ୭ ଫେବୃୟାରୀ ଠାରୁ ୧୫ ଫେବୃୟାରୀ ପର୍ଯ୍ୟନ୍ତ ସ୍ଥାନୀୟ ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେବ ଏବଂ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ କରାଯିବ ବୋଲି ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସାରା ପ୍ରଚାର ପ୍ରସାର କରିବା ପାଇଁ ଲୋକମାନେ ଓ କିଶୋରୀ ଏବଂ କିଶୋରଙ୍କ ଦ୍ଵାରା ବିଭିନ୍ନ ସମୟରେ ବାରମ୍ବାର ପଚରାଯାଇଥିବା ପ୍ରଶ୍ନକୁ ନେଇ ଏକ “ଆମେ ସଚେତନ ହେବା ଓ ବାଲ୍ୟ ବିବାହ ମୁକ୍ତ କରିବା” ଅନ୍ତରଙ୍ଗ ଯୁବ ମହାସଂଘ, ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଓ ପ୍ରଦାତ୍ତା ଦ୍ଵାରା ପ୍ରସ୍ତୁତ ପୁସ୍ତକଟି ଉନ୍ମୋଚନ କରାଯାଇଛି । ସାରା ଭାରତ ପାଇଁ ଏକ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ଲା କାର୍ଡ ଧରି କହିଥିଲେ ଆମେ ସଚେତନ ହେବା ଓ ବାଲ୍ୟ ବିବାହକୁ ମୁକ୍ତ କରିବା ପ୍ରତିଜ୍ଞା କରିଥିଲେ। ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ସମ୍ପାଦିକା ବିଷ୍ଣୁପ୍ରିୟା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଦସ୍ୟା କୌଶଲ୍ୟା ସାହୁ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.