ଆଦାନୀ ଗ୍ରୁପ୍ ଜାଲିଆତି ତଥା ରାଷ୍ଟ୍ର ବିରୋଧୀ କାରନାମା ପ୍ରତିବାଦରେ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସର ଗଣ ବିକ୍ଷୋଭ


ସୁନ୍ଦରଗଡ଼ : ଆଜି ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ବେଣୁ ମାଧବ ତ୍ରିପାଠୀଙ୍କ ନେତୃତ୍ୱରେ ତଥା ଏ.ଆଇ.ସି.ସି ଓ ପି.ସି.ସିର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଆଦାନୀ ଗ୍ରୁପ୍ ର ଜାଲିଆତି ତଥା ରାଷ୍ଟ୍ରବିରୋଧୀ କାରନାମା ପ୍ରତିବାଦରେ ଏକ ଗଣ ଧାରଣା ଓ ଗଣ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ଗଣ ବିକ୍ଷୋଭ ସମ୍ପର୍କରେ ସୂଚନା ଦେଇ ସଭାପତି କେନ୍ଦ୍ରର ମୋଦୀ ସରକାର ଆଦାନୀ ସମୂହ ଏବଂ ସେହିଭଳି ଅନୁଗତ ବ୍ୟବସାୟୀ ଓ ପୁଞ୍ଜିପତିଙ୍କୁ ଲାଭବାନ କରିବା ପାଇଁ ଯେଉଁ ନୀତି ଅବଲମ୍ବନ କରୁଛନ୍ତି ସେଥିରେ ସାରା ଦେଶ ବିଶେଷ ଭାବରେ ସାଧାରଣ ମଧ୍ୟବିତ୍ତ ଜନସାଧାରଣ ପ୍ରଭାବିତ ହେବାର ସମ୍ପୂର୍ଣ୍ଣ ସମ୍ଭାବନା ଅଛି ବୋଲି ପ୍ରକାଶ କରିଥିଲେ। ଭାରତୀୟ ଜୀବନ ବୀମା ନିଗମ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭଳି ସଂସ୍ଥା ସହିତ ଆଦାନୀ ଗ୍ରୁପ୍ ର କାରବାର ଓ ନିବେଶ ଯୋଗୁଁ ଦେଶର ପ୍ରାୟ ୨୯ କୋଟି ଜୀବନ ବୀମା ନିଗମ ଜମାକାରୀ ଓ ୪୫ କୋଟି ଏସ.ବି.ଆଇ ଜମାକାରୀ ଭୟଙ୍କର ଭାବରେ ସଙ୍କଟ ମଧ୍ୟକୁ ଠେଲି ହୋଇ ଯାଇଛନ୍ତି ବୋଲି ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଉପସ୍ଥିତ ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ନିମାଇଁ ଚରଣ ନାଏକ , ପିସିସି ସାଧାରଣ ସମ୍ପାଦକ ରାଜ କିଶୋର ଷଡ଼ଙ୍ଗୀ, ରାଜଗାଙ୍ଗପୁର ବିଧାୟକ ଡ଼ଃ.ରାଜେନ ଏକ୍କା, ନଗର ସଭାପତି ନେପାଳ ଚନ୍ଦ୍ର ସାହୁ ମଧ୍ୟ ନିଜ ନିଜ ବକ୍ତବ୍ୟରେ ମୋଦୀ ସରକାରଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟକଳାପ ଉପରେ ବର୍ଷିଥିଲେ ଓ ସରକାର କିଭଳି ଭାବରେ ନିଜର ଅନ୍ତରଙ୍ଗ ବ୍ୟବସାୟୀ ବନ୍ଧୁ,ପୁଞ୍ଜିପତି ବର୍ଗଙ୍କୁ ଆନୁଗତ୍ୟ ପ୍ରକାଶ କରିବାକୁ ଯାଇ ଏଲ.ଆଇ.ସି ଓ ଏସ.ବି.ଆଇ ଭଳି ରାଷ୍ଟ୍ରାୟତ ଉଦ୍ଦ୍ୟୋଗ ଏବଂ କୋଟି କୋଟି ଜନତାଙ୍କ କଷ୍ଟଲବ୍ଧ ଅର୍ଜିତ ଅର୍ଥରେ ପ୍ରତିଷ୍ଠିତ ସଂସ୍ଥାର ଅର୍ଥରାଶିକୁ ତାଙ୍କ ସହ ନିବେଶ କରିବାକୁ ବାଧ୍ୟ କରିଥିବା ମତବ୍ୟକ୍ତ କରିଥିଲେ। ଆଜିକାର ଏହି ଗଣ ବିକ୍ଷୋଭ ଓ ଗଣ ଧାରଣାରେ ଜିଲ୍ଲା ଉପସଭାପତି ଅଜିତ ପ୍ରସାଦ, ଅରୁଣ ପୃଷେଠ, ସାଧାରଣ ସମ୍ପାଦକ ପର୍ଶୁରାମ ସରାଫ, ଦେବାଶିଷ ଦାସ, କାଳିପଦ ସାମଲ, ପ୍ରଣବ ସିଂ, ମେଘନାଦ ନାଏକ, ନିର୍ମଳ ନାଏକ, ବିଶ୍ୱଜିତ୍ ପଟ୍ଟନାୟକ, ଅରୁଣ ସାମଲ, ସୁବାଶିଷ ବାନାର୍ଜୀ, ରାଜ୍ୟ ସେବାଦଳ ସାଧାରଣ ସମ୍ପାଦକ ମୁନୁ ସରାଫ, ଅଦ୍ଵୈତ ସରାଫ, ଆଁଥୋନି କୁଲୁ, ପ୍ରଦୀପ ସିଂ,ସତ୍ୟନାରାୟଣ ସାହୁ, ମନ୍ ସୂର୍ ଅଲି, ଏମ.ଡି ଫୈଜଲ୍ , ଦୀନବନ୍ଧୁ ନାଏକ, ଦିଲ୍ଲୀପ କୁମୁରା, ପୁରୁଷୋତ୍ତମ ପ୍ରଧାନ, ଯଶୋବନ୍ତ ଡୁଙ୍ଗଡୁଙ୍ଗ, ବିଶ୍ଵାମିତ୍ର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ନଗର ସଭାପତି ନେପାଳ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.