ସୋମାଲିକାଙ୍କ ବୟାନ ରେକର୍ଡ କଲା ପୋଲିସ…

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ବାନ୍ଧବୀ ସୋମାଲିକାଙ୍କୁ ବିବାହ ପ୍ରତିଶ୍ରୁତି ଓ ପ୍ରତାରଣା ଘଟଣାରେ ବୟାନ ରେକର୍ଡ କରିଛି ପୋଲିସ । ଜଗତସିଂହପୁର ଥାନାରେ ୫ ଘଣ୍ଟା ଧରି ବାନ୍ଧବୀ ସୋମାଲିକାଙ୍କ ବୟାନ ରେକର୍ଡ ଚାଲିଛି । ମହିଳା ଆଡିସନାଲ ଆଇଆଇସିଙ୍କ ସମେତ ଏସଡିପିଓ, ଆଡିସନାଲ ଏସ୍‌ପି, ଜଗତସିଂହପୁର ଥାନା ଆଇଆଇସିଙ୍କ ଉପସ୍ଥିତିରେ ବୟାନ ରେକର୍ଡ ହେଉଛି ।

ଏହାସହ ବୟାନର ଭିଡିଓଗ୍ରାଫି କରିଛି ପୋଲିସ । ଖୁବଶୀଘ୍ର ବୟାନ ରେକର୍ଡ ପାଇଁ ବିଧାୟକ ବିଜୟ ଶଙ୍କରଙ୍କୁ ଡାକିପାରେ ପୋଲିସ । ବିବାହର ପ୍ରତିଶ୍ରୁତି ଦେଇ ବିଧାୟକ କିପରି ଶାରୀରିକ ସମ୍ପର୍କ ରଖିଥିଲେ, କେମିତି ପ୍ରତାରଣା କରୁଥିଲେ ଓ ଧମକ ଦେଉଥିଲେ ସେନେଇ ସୋମାଲିକା ବୟାନ ଦେଉଛନ୍ତି । ଏମିତିକି ବହୁ ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଛନ୍ତି ସୋମାଲିକା ।

nis-ad
Leave A Reply

Your email address will not be published.