ଯୁବକ ଯୁବତୀମାନେ ଆତ୍ମ ନିର୍ଭରଶିଳ ହେଲେ ଦେଶ ପ୍ରଗତିଶୀଳ ହେବ…


ଆନ୍ତର୍ଜାତୀୟ ଓଡ଼ିଆ ସ୍ବାଭିମାନ ପ୍ରତିଷ୍ଠାନ ତରଫରୁ ଦ୍ୱିତୀୟ ରାଜ୍ୟସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ
ବ୍ରହ୍ମପୁର (୬/୨) : ସମ୍ପ୍ରତି ଯୁବକ ଯୁବତୀ ମାନେ ଚାକିରି ଅନେସ୍ଵନ, ବେରୋଜଗାର ଯୋଗୁଁ ମାନସିକ ଆସାନ୍ତିରେ ଜୀବନ ଯାପନ କରୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ନିଜେ ବିଭିନ୍ନ ବ୍ୟବସାୟ, ଶିଳ୍ପ ଓ କୃଷିଭିତ୍ତିକ କାର୍ଯ୍ୟକ୍ରମ ରେ ନିୟୋଜିତ ହେଲେ ନିଜ ପରିବାର ସହ ଶହ ଶହ ଲୋକଙ୍କୁ ଜୀବିକା ଦେଇପାରିବେ । ଦୃଢମନ, ଆତ୍ମବିଶ୍ଵାସ ଓ ପରିଶ୍ରମ ବଳରେ ବହୁ ଯୁବକ ଯୁବତୀ ଆଜି ଶିଳ୍ପ ବ୍ୟବସାୟ ମାଧ୍ୟମରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ବୋଲି ଗତକାଲି ଆନ୍ତର୍ଜାତୀୟ ଓଡ଼ିଆ ସ୍ବାଭିମାନ ପ୍ରତିଷ୍ଠାନ ନୂଆଦିଲ୍ଲୀ ରାଜ୍ୟଶାଖା ତରଫରୁ ମହାନ୍ ସଙ୍ଘ ସହୋଜୋଗରେ ସ୍ଥାନୀୟ ବିଜୁପଟ୍ଟନାୟକ ସାଂସ୍କୃତିକ ଅନୁଷ୍ଠାନ ଠାରେ ଆୟୋଜିତ ଦ୍ୱିତୀୟ ରାଜ୍ୟସ୍ତରୀୟ ଯୁବ ସମ୍ମିଳନୀରେ ପ୍ରତିଷ୍ଠାନ ର ମୁଖ୍ୟ ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ଆହ୍ବାନ କରିଥିଲେ।

ଗୌଡିୟ ମଠର ଆନ୍ତର୍ଜାତୀୟ ସଭାପତି ଶ୍ରୀ ଶ୍ରିଲତ ଭକତ ବିଚାରକ ବିଷ୍ଣୁ ମହାରାଜ ଗୋସ୍ୱାମୀ କାର୍ଯ୍ୟକ୍ରମକୁ ଉଦଘାଟନ କରି ଯୁବସମାଜ ଆଧ୍ୟାତ୍ୟିମିକ ଚିନ୍ତନ ମଧ୍ୟରେ କାର୍ଯ୍ୟ କଲେ ଭବିଷ୍ୟତ ସଫଳ ମୟ ହୋଇ ପାରିବ। ସାସନ୍ଦ ଶ୍ରୀ ଚନ୍ଦ୍ରଶେଖର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଭୟ ସରକାରଙ୍କ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ଜିଲ୍ଲାରେ ଅଧିକ ଶିଳ୍ପ ପ୍ରତିଷ୍ଠା ଉପରେ ପ୍ରଚେଷ୍ଟା କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥ ଭାବେ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ, ଡେପୁଟି ମେୟର ଇ ବିବେକ ରେଡି, ଗାୟତ୍ରୀ ଏଯୁକେଶନ ଗ୍ରୁପ ର ଅଧକ୍ଷ ଶ୍ରୀ ଉତ୍ତମ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଅନୁଷ୍ଠାନ ର ଏହି ପ୍ରଚେଷ୍ଟା କୁ ପ୍ରଶଂସା କରିଥିଲେ।ବକ୍ତା ଭାବେ ୟୁନଅନ ବ୍ୟାଙ୍କ ର ଆଞ୍ଚଳିକ ଉପମୁଖ୍ୟ ଶ୍ରୀ ରାମଚନ୍ଦ୍ର ବେହେରଦଳାଇ, ଷ୍ଟେଟ ବ୍ୟାଙ୍କ ମୁଖ୍ୟ ପରିଚାଳକ ଶ୍ରୀ ମିଳନ କୁମାର ଗିରି,ଜ୍ଞାନ ଦୀପ କଲେଜ୍ ର ଅଧ୍ୟକ୍ଷ ଡ ଅଭିମନ୍ୟୁ ଜେନା,ଯୁବ ବ୍ୟବସାୟୀ ଏସ ଏସ ପ୍ଲାଏ ଏଣ୍ଡ ହାର୍ଡ ୱେର ର ପ୍ରତିଷ୍ଠାତା ଶ୍ରୀ ସତ୍ୟ ପାତ୍ର ପ୍ରମୁଖ ଯୋଗଦେଇ ଯୁବ ସମାଜ କୁ ମାର୍ଗ ଦର୍ଶନ ଦେଇଥିଲେ। ଶ୍ରୀ ସମୀର ଆଚାର୍ଯ୍ୟ ଙ୍କ ସଂଯୋଜନାରେ କାର୍ଯ୍ୟକ୍ରମରେ ରାଜ୍ୟର ୩୦୦ ରୁ ଉର୍ଦ୍ଧ ଯୁବକ ଯୁବତୀ ଯୋଗ ଦେଇ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଶ୍ରୀ ସନ୍ତୋଷ ସାବତ, ଶ୍ରୀ ନିଲାଞ୍ଚଲ୍ ସାହୁ, ଶ୍ରୀ ଶୁଭେନ୍ଦୁ ସାହୁ, , ଶ୍ରୀମତୀ କ୍ରାନ୍ତି କୁମାରୀ ଦେବୀ, ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ,ଶ୍ରୀ ଅମେନ୍ଦ୍ର ନାଥ , ଶ୍ରୀ ପରୀକ୍ଷିତ ନାୟକ, ଆଇ ରମେଶ କୁମାର,ଯୁବ ବ୍ୟକ୍ତିତ୍ଵ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମକୁ ପ୍ରସାନ୍ତ ପାତ୍ର, ମନୋଜ ସାବତ, ଏନ୍ ଭି ଦବେ, ଶ୍ରୀମତୀ ରାମେସ୍ୱରି ନନ୍ଦ, ,ଶ୍ରୀମତୀ ସନ୍ଧ୍ୟ।ରାଣୀ ପଟ୍ଟନାୟକ, ଶ୍ରୀକାନ୍ତ ସାବତ, ପ୍ରଣବ ପଣ୍ଡା, ସବିତା ସାହୁ, ମହାଲକ୍ଷ୍ମୀ ଗୌଡ଼, ଶ୍ରୀମତୀ ବିନିତୀ ପାତ୍ର,ବି ରାମାରାଓ ସୁବୁଦ୍ଧି,ଶ୍ରୀ ଲକ୍ଷ୍ମୀ ନାରାୟଣ ନାୟକ,ଜ୍ଞାନ ଦୀପ ଗ୍ରୁପ ର ଛାତ୍ର ଛାତ୍ରୀ ମାନେ ସ୍ବାଗତ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ।

nis-ad
Leave A Reply

Your email address will not be published.