ବିଜିନେସ୍ ପଲିଟିକାଲ ମର୍ଡର: ସୁବାସ ପାଣିଗ୍ରାହୀ

ଭୁବନେଶ୍ୱର: ନବ ଦାସ ହତ୍ୟାକୁ ଏକ ବିଜନେଓ ପଲିଟିକାଲ ମର୍ଡର କହିଲେ ସୁବାସ ପାଣିଗ୍ରାହୀ । ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସଂଗୀନ ଆରୋପ । ନବ ଦାସଙ୍କ ବହୁତ ଗୁଡିଏ ବିଜନେସ୍ ଥିଲା ଏବଂ ତାଙ୍କର ବଡ ସାମ୍ରାଜ୍ୟ ମଧ୍ୟ ରହିଥିଲା । ତାଙ୍କ ସାମ୍ରାଜ୍ୟ ନଷ୍ଟ କରିବାକୁ କେହି ଜଣେ ନେତା ହତ୍ୟା କରାଇଛନ୍ତି । ସଂପୂର୍ଣ୍ଣ ଭାବେ ଷଡଯନ୍ତ୍ର କରି ନବ ଦାସଙ୍କୁ ମାରିଦିଆଯାଇଛି ।

ବିଜୁ ଜନତା ଦଳର ନେତା ହିଁ ଏହି ହତ୍ୟାକାଣ୍ଡ ପଛରେ ରହିଛନ୍ତି । ପଶ୍ଚିମ ଓଡିଶା ନୁହେଁ, ଉପକୂଳର ଜଣେ ବଡ ନେତା ହତ୍ୟା ପଛରେ ଅଛନ୍ତି । ନବ ଦାସଙ୍କ ହତ୍ୟା ମାମଲାରେ ଗୋପାଳକୁ ମୋହରା କରାଯାଉଛି । ଏଥିପାଇଁ ସିବିଆଇ ତଦନ୍ତ ହେଲେ ଗୁମର ଖୋଲିବ ବୋଲି ସୂଚନା ।

nis-ad
Leave A Reply

Your email address will not be published.