ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ଶରତ ପଟ୍ଟନାୟକ…

ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପିସିସି ସଭାପତି ଶରତ ପଟ୍ଟନାୟକ । ନବ ଦାସଙ୍କୁ କାହିଁକି ହତ୍ୟା କରାଗଲା ଏବେ ବି ଏହି କଥା କୁ ନେଇ ପୁରା ରାଜ୍ୟବାସୀ ଅନ୍ଧାରରେ ଅଛନ୍ତି ।

ରାଜନୈତିକ, ବ୍ୟବସାୟିକ କିମ୍ବା ବ୍ୟକ୍ତିଗତ ଶତ୍ରୁତା ପାଇଁ ହତ୍ୟା ହୋଇଛି କି ଏହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୃୟ ବିଭାଗ ତାଙ୍କ ଦାୟିତ୍ୱରେ ଅଛି ଏବଂ ମୁଖ୍ୟମନ୍ତ୍ରୀ ତାଙ୍କ ମୁହଁ ଖୋଲନ୍ତୁ । ମୁଖ୍ୟମନ୍ତ୍ରୀ ଯଦି ପାରୁନାହାନ୍ତି ତେବେ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ଶରତ ପଟ୍ଟନାୟକ ।

nis-ad
Leave A Reply

Your email address will not be published.