ରାଉରକେଲାରେ ଡବଲ ମର୍ଡର ଘଟଣାରେ ପୋଲିସ ହାତରେ ବଡ଼ ସୁରାକ : ଜମିବାଡ଼ି ବିବାଦ ଥିଲା ମୂଳ କେନ୍ଦ୍ର..

ରାଉରକେଲା: ରାଉରକେଲାରେ ଡବଲ ମର୍ଡର ଘଟଣାରେ ପୋଲିସ ହାତରେ ବଡ଼ ସୁରାକ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ହତ୍ୟାକାଣ୍ଡରେ ଗଞ୍ଜୁ ଓ ତାଙ୍କ ପତ୍ନୀଙ୍କ ସହ ୪ରୁ ଅଧିକ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଧାରୁଆ ଅସ୍ତ୍ରରେ ଆଘାତ କରି ଦୁଇ ଯୁବକଙ୍କ ମୁହଁକୁ ବିକୃତ କରି ହତ୍ୟା କରାଯାଇଛି । ମୃତକମାନେ ହେଲେ ଇନ୍ଦ୍ରଜିତ ସ୍ୱାଇଁ ଓ ସଞ୍ଜୟ ଦାସ ।

ଟାଙ୍ଗରପାଲି ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଘଟଣା ପରଠୁ ଅଭିଯୁକ୍ତମାନେ ଫେରାର ଅଛନ୍ତି । ରାଉରକେଲା ଫର୍ଟିଲାଇଜର କନଷ୍ଟ୍ରକ୍ସନ କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଛି । ଅଭିଯୋଗ ହୋଇଛି, ଇନ୍ଦ୍ରଜିତ ଓ ସଞ୍ଜୟ ଦୁହେଁ ମିଶି ଗଞ୍ଜୁ ନାମକ ଜଣେ ଯୁବକ ସହ ଭୋଜି କରିବାକୁ ଯାଇଥିଲେ । ହତ୍ୟାରେ ଗଞ୍ଜୁ ଓ ତାଙ୍କ ପତ୍ନୀଙ୍କ ସହ ୪ରୁ ଅଧିକ ଲୋକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ଇନ୍ଦ୍ରଜିତଙ୍କ ପରିବାର ।

nis-ad
Leave A Reply

Your email address will not be published.