ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ…

ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ମିଳିଛି ବଡ଼  ସଫଳତା । ଜାତୀୟ ରାଜପଥ ନିକଟରୁ ୨୪୦ କିଲୋ ଗଞ୍ଜେଇ ଜବତ ସହ ଟ୍ରକ୍‌ ଜବତ ହୋଇଛି । ଏହା ସହିତ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । 

କୌଣସି ବିଶେଷ ସୂତ୍ରରୁ ଖବର ଅନୁଯାୟୀ, ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଉତ୍ତରପ୍ରଦେଶକୁ ହେଉଥିଲା ଗଞ୍ଜେଇ ଚାଲାଣ । ଏହି ସମୟରେ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପୁକୁଡିବନ୍ଧ ଛକ  ଠାରେ ଚଢାଉ କରିଥିଲା ।  ଏହି ଚଢାଉରେ ୨୪୦ କେଜିର ଗଞ୍ଜେଇ ସହ ଟ୍ରକ ଜବତ ହୋଇଛି । ଏହିସହିତ ଉତ୍ତରପ୍ରଦେଶ ମହମ୍ମଦ ରିଓ୍ୱାଜ୍‌ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି ।

ତେବେ ଜବତ ହୋଇଥିବା ଗଞ୍ଜେଇ ଓ ଟ୍ରକର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ଜାରି ରହିଛି ବୋଲି ସୂଚନା ଦେଲେ ଅବକାରୀ ଗୁଇନ୍ଦା ବିଭାଗ ଦକ୍ଷିଣାଞ୍ଚଳ ଡେ଼ପୁଟି କମିଶନର ଡ଼ମ୍ବୁରୁ ଧର ଖଣ୍ଡା । କିଛି ଦିନ ହେଲା ଅବକାରୀ ଗୋଇନ୍ଦା ବିଭାଗ କୁ ମିଳୁଛି ଅନେକ ସଫଳତା କିନ୍ତୁ ବ୍ରହ୍ମପୁର ଅବକାରୀ ଓ ଗଞ୍ଜାମ ଅବକାରୀ ବିଭାଗ କେବଳ ଆଦାୟ କରିବାର ବ୍ୟସ୍ତ କହିବାକୁ ଗଲେ ଆଦାୟ ପ୍ରବଳ କାମ ଦୁର୍ବଳ କହିଲେ କିଛି ଭୁଲ ହେବନାହିଁ…

nis-ad
Leave A Reply

Your email address will not be published.