ଦାରିଙ୍ଗବାଡି,୩/୨ : ଦାରିଙ୍ଗବାଡିରେ ପୁଣି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଗତ ଡ଼ିସେମ୍ବର ମାସ ୮ ତାରିଖ ଦିନ ପ୍ରଥମ ତୁଷାରପାତ ହୋଇଥିବା ବେଳେ ପୁଣି ଆଜି ତୁଷାରପାତ ଦେଖିବାକୁ ମିଳିଛି । ଗୁରୁବାର ଦିନ ଦାରିଙ୍ଗବାଡିରେ ୧୨.୫ ଡିଗ୍ରୀ ସେଲସିଅସ ତାପମାତ୍ରା ରହିଥିବା ବେଳେ ଶୁକ୍ରବାର ଦିନ ୯ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି । ଗୋଟିଏ ଦିନରେ ୩.୫ ଡିଗ୍ରୀ ସେଲସିଅସ ତାପମାତ୍ରା ହ୍ରାସ ପାଇଥିବା ଦେଖିବାକୁ ମିଳିଛି । କିଛି ଦିନ ପରେ ଅଞ୍ଚଳରେ ତୁଷାରପାତ ହୋଇଥିବା ଯୋଗୁଁ ଲୋକେ ଖୁସି ହୋଇଥିଲେ । ତୁଷାରପାତ ସୀମନବାଡ଼ି ସମେତ ଅନ୍ୟ ଅଞ୍ଚଳର ଧାନ ବିଲ ମଧ୍ୟରେ ତୁଷାରପାତ ପଡ଼ିଥିବା ଦେଖିବାକୁ ମିଳିଛି । ତୁଷାରପାତ ପଡ଼ିବା ଫଳରେ ଦାରିଙ୍ଗବାଡିରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି । ହାତ ଗୋଡ ଥଣ୍ଡା ପଡି ଯାଉଛି । କିଛି ଦିନ ହେଲ ଶୀତ କମିଥିବା ଯୋଗୁଁ ଲୋକେ ଶୀତ ବସ୍ତ୍ରର ବ୍ୟବହାର ଏତେଟା କରୁନଥିବା ବେଳେ ପୁଣି ଥଣ୍ଡା ବଢ଼ିଥିବା ଯୋଗୁଁ ଶୀତବସ୍ତ୍ର ବ୍ୟବହାର କରିବା ସହ ନିଆଁ ଜାଳି ପାଖରେ ବସୁଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post