ରାଇଘର ଅଞ୍ଚଳରେ ଦିନକୁ ଦିନ ବଢୁଛି ଚୋରି : ପୋଲିସ ନିରବ ଦ୍ରଷ୍ଟା

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର କୋଦଭାଟାସ୍ଥିତ ପାଣ୍ଡେ ଘର ପାଖରେ ନୂଆଘର କାମ ଚାଲୁଥିବା ବେଳେ ବିଭିନ୍ନ ସାଜ ସରଞ୍ଜାମ ଲୁହାର ରଡ଼ ଓ ସିମେଣ୍ଟ ଆଦି ଘର ସାମ୍ନାରେ ସବୁ ଦିନ ପଡ଼ିଥାଏ l ସୂଚନା ପ୍ରକାରେ ଗତକାଲି ୨ ତାରିଖ ବିଳମ୍ବ ରାତିରେ ରୁହା ରଡ଼ ଟାଣିବା ଓ ଲୋକଙ୍କୁ ଫୁସୁର ଫୁସୁର ଆବାଜରେ ପାଣ୍ଡେ ବାବୁର ନିଦ ଭାଙ୍ଗି ଯାଇଥିଲେ | କଣ ହେଲା ଭାବି ନିଜ ଘର ଦୁଆର ଫାଟକ ଖୋଲି ଦେଖିବାକୁ ପାଇଥିଲେ କିଏ ଜଣେ ମଟର ସାଇକେଲରେ କିଛି ବାନ୍ଧି ଯିବା ପାଇଁ ହରବର ହେଉଛି | ଏହା ଦେଖି ପାଣ୍ଡେ ବାବୁ କିଏ ରେ ବୋଲି କହିବାରୁ ମଟର ସାଇକେଲ ଛାଡ଼ି କିଏ ଜଣେ ଦୌଡ଼ି ପଳାଇଲା l ପାଖରେ ଯାଇ ପାଣ୍ଡେ ବାବୁ ଦେଖିବାକୁ ପାଇଲେ ଯେ ହିରୋ ହୋଣ୍ଡା ମଟର ସାଇକେଲ CG 05 B 5806 ରେ ଘରର ବିମ୍ ତିଆରି କରିବା ଡାଇସ ପାଞ୍ଚ ଖଣ୍ଡ ବନ୍ଧା ହେଇଛି l

ରାଇଘର ସଦର ବଜାରଠୁ ନେଇ ସାହିରେ ପ୍ରାୟ ସବୁ ମାସରେ ଛୋଟ ବଡ଼ ଚୋରି ପୋଲିସ ପ୍ରଶାସନର ଆଖି ଆଗରେ ହଉଛି | କିନ୍ତୁ ପୋଲିସ ପ୍ରଶାସନ ତାହାର ଟେର ପାଉ ନାହାନ୍ତି l ଦିନକୁ ଦିନ ପୋଲିସ କୁ ଚାଲେଞ୍ଜ କରି ସକ୍ରିୟ ଚୋର ମାନେ କାୟା ବିସ୍ତାରକରୁଛନ୍ତି | ଏହି ଛୋଟ ବଡ଼ ଚୋରୀକୁ ନେଇ ରାଇଘରରେ ଜନ ଅସନ୍ତୋଷ ପ୍ରକାଶ ପାଉଛି |

nis-ad
Leave A Reply

Your email address will not be published.