ଆର୍ଟ ଗ୍ୟାଲେରୀରେ ମୁଦ୍ରଣ କଳାର ଶୁଭାରମ୍ଭ…

ଛତ୍ରପୁର : ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଥିବା ଆର୍ଟ ଗ୍ୟାଲେରୀରେ ମୁଦ୍ରଣ କଳାର ଶୁଭାରମ୍ଭ ହୋଇଯାଇଛି । ଖଲିକୋଟ ଓ ଭୁବନେଶ୍ୱର ମହାବ୍ୟିାଳୟର ମୁଦଷ୍ଠଚ୍ଚ କଳା ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ମୁଦ୍ରଣ କଳାକୁ ଏଠାରେ ରଖାଯାଇଥିବା ବେଳେ ଶୁକ୍ରବାର ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ କୁମାର ପରିଡା ରିବନ କାଟି ଏହାର ଶୁଭାରମ୍ଭ କରିଛନ୍ତି । ଏଠାରେ ରଖାଯାଇଥିବା ମୁଦ୍ରଣ କଳା କୁ ଲୋକେ ଆର୍ଟ ଗ୍ୟାଲେରୀକୁ ବୁଲି ସଡକ ସୁରକ୍ଷା ଜୀବନ ରକ୍ଷା, ସୌରା ଚିତ୍ର, ପଲ୍ଲୀ ଅଂଚଳର ଦୃଶ୍ୟ ଦେଖିବା ସହିତ ସଚେତନ ହୋଇପାରିବେ । ଏହି ମୁଦ୍ରଣ କଳାର ଶୁଭାରମ୍ଭ ବେଳେ ଆର୍ଟ ଗ୍ୟାଲେରୀ ଆଟେଣ୍ଡାଣ୍ଟ ଭିକାରୀ ବେହେରା, ଜିଲ୍ଲା ସଂସ୍କୃତି ଅଂଚଳର କେଶବ ବେହେରା, ଚିତ୍ର ଶିଳ୍ପୀ ସ୍ୱୟଂସିଦ୍ଧା ପଟ୍ଟନାୟକ, ମନୋଜ କୁମାର ବେହେରା, ସନ୍ତୋଷ କୁମାର ସାହୁ ଓ ଶ୍ରୀବତ୍ସ ମହାରଣାଙ୍କ ସମେତ ବହୁ ଚିତ୍ର ଶିଳ୍ପୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.