ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ନୀଳମାଧବ ଭୋଇ…

ଛତ୍ରପୁର : ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନୀଳମାଧବ ଭୋଇ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସିଥିଲେ । ତାଙ୍କ ବଦଳି ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ହୋଇଥିବାରୁ ସେ ଆଜି ଏପିଡି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୦୦ ବ୍ୟାଚ୍ ର ଓଏଏସ ଅଧିକାରୀ ଅଟନ୍ତି । ପ୍ରଥମେ ରାୟଗଡା ଜିଲ୍ଲାର ବିସମକଟକରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଅନୁଗୁଳ ଜିଲ୍ଲାର ଭଅଁରପାଳ ତହସିଲଦାର, କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ତହସିଲଦାର ଏବଂ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଠାରେ ତହସିଲଦାର ଓ ଛତ୍ରପୁର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇ ଆସିଥିଲେ । ତେବେ ଆଜି ଦାୟିତ୍ୱ ଗ୍ରହଣ କଲା ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ସହରାଂଚଳ ଗୁଡିକରେ ସ୍ୱଚ୍ଛ, ସୁନ୍ଦର ଓ ପରିଷ୍କାର ବାତାବରଣରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ଦିଗରେ ଅଧିକ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ନୂତନ ଭାବେ ଯୋଗ ଦେଇଥିବା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭୋଇଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଛନ୍ତି ।

nis-ad
Leave A Reply

Your email address will not be published.