ଖବର ପ୍ରସାରଣ ପରେ ଅସୁରକ୍ଷିତ ମୁକ ମହିଳାଙ୍କୁ ଉଦ୍ଧାର କଲା ପ୍ରଶାସନ…

ଛତ୍ରପୁର : ଛତ୍ରପୁର ନିକଟ ଜାତୀୟ ରାଜପଥ ପାର୍ଶ୍ଵ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ନିକଟ ଯାତ୍ରୀ ବିଶ୍ରାମାଗାର ଠାରେ ଆଜକୁ ପ୍ରାୟ ଦୁଇ ମାସ ହେଲା ପଡି ରହିଥିବା ଜଣେ ଅସହାୟ ମହିଳାଙ୍କୁୁ ଖବର ପ୍ରସାରଣ ପରେ ଉଦ୍ଧାର କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ କଲ୍ୟାଣୀ କୁମାରୀ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପାଲୁରୁ ସ୍ଥିତ ଇଣ୍ଟିଗ୍ରେଟେଡ ଇନଫ୍ରାଷ୍ଟ୍ରକଚର କମ୍ପେ୍ଲକ୍ସର କାଉନସିଲର ଇନଚାର୍ଜ ସୁଭ୍ରାଂଶୁ ଶେଖର ଶତପଥି, କାଉନସିଲର ଲିକିତା ଧଳ, ଷ୍ଟାଫ୍ ନର୍ସ ଜୋସ୍ନାରାଣୀ ସିଂହ ଓ ମଧୁସ୍ମିତା ଚନ୍ଦନ ଉକ୍ତ ଅସହାୟ ମହିଳା ଜଣଙ୍କ ପାଖରେ ପହଂଚି ତାଙ୍କୁ ଉଦ୍ଧାର କରି ପାଲୁରୁ ସ୍ଥିତ ଇଣ୍ଟିଗ୍ରେଟେଡ ଇନଫ୍ରାଷ୍ଟ୍ରକଚର କମ୍ପେ୍ଲକ୍ସରେ ଭର୍ତ୍ତି କରିଛନ୍ତି । ମହିଳା ଜଣକ ମୁକ ହୋଇଥିବାରୁ ସେ କିଛି କଥା କହିପାରୁନଥିଲେ । ରାସ୍ତାରେ ଯିବା ଆସୁଥିବା ଲୋକେ ତାଙ୍କୁ କିଛି ଟଙ୍କା ଓ ଖାଦ୍ୟ ସାମଗ୍ରୀ ଆଣି ଦେଉଥିଲେ । ସେ ଅସୁରକ୍ଷିତ ଭାବେ ଗୋଟିଏ ସ୍ଥାନରେ ପଡି ରହୁଥିବାରୁ ତାଙ୍କୁ ଉଦ୍ଧାର କରି ତାଙ୍କୁ ଏକ ବାସସ୍ଥଳୀ ରଖିବା ନିମନ୍ତେ ସ୍ଥାନୀୟ କାଉନସିଲର ପ୍ରିତିଛନ୍ଦା ସାମଲଙ୍କ ସହ ସ୍ଥାନୀୟ ବାସିନ୍ଦା ମାନେ ଦାବି କରି ଆସୁଥିଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଆଜି ତାଙ୍କୁ ଉଦ୍ଧାର କରି ପାଲୁରୁ ସ୍ଥିତ ଇଣ୍ଟିଗ୍ରେଟେଡ ଇନଫ୍ରାଷ୍ଟ୍ରକଚର କମ୍ପେ୍ଲକ୍ସରେ ଭର୍ତ୍ତି କରାଯାଇଛି । ତେବେ ପ୍ରଶାସନର ଏଭଳି ତ୍ୱରନ୍ତ ପଦକ୍ଷେପକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି ।

nis-ad
Leave A Reply

Your email address will not be published.