ଗିରଫ ହେଲେ ବ୍ରହ୍ମପୁର TPSODL କର୍ପୋରେଟ ଅଫିସର…

ବ୍ରହ୍ମପୁର: ଗିରଫ ହେଲେ ବ୍ରହ୍ମପୁର TPSODL କର୍ପୋରେଟ ଅଫିସର ବରିଷ୍ଠ ଜେନେରାଲ ମ୍ୟାନେଜର ପ୍ରମୋଦ ଚୌଧୁରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ନିଜ ରୋଜଗାରଠାରୁ ୧୧୧% ଅଧିକ ସମ୍ପତ୍ତି ଠାବ କଲା ଭିଜିଲାନ୍ସ । ତାଙ୍କର ରହିଛି ତିନୋଟି ବହୁତଳ ଘର। ବ୍ରହ୍ମପୁରରେ କୋଟିଏ ଟଙ୍କାର ଫାର୍ମ ହାଉସ୍‌ ଠାବ କରିଛି ଭିଜିଲାନ୍ସ।

ଗୋଟିଏ ଫାର୍ମ ହାଉସ ଓ ୯ ଟି ପ୍ଲଟ। ବ୍ରହ୍ମପୁର, ଛତ୍ରପୁର ଗଞ୍ଜାମରେ ରହିଛି ସମସ୍ତ ପ୍ଲଟ। ୩୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ଇନ୍‌ସୁରାନ୍ସ ଜମା ରହିଛି । ଯାଞ୍ଚ ବେଳେ ନଗଦ ୬୭ ହଜାର ଟଙ୍କା ମିଳିଛି । ଗୋଟିଏ ଚାରି ଚକିଆ, ଗୋଟିଏ ତିନି ଚକିଆ ଓ ତିନୋଟି ଦୁଇ ଚକିଆ ଯାନ ଠାବ କରିଛି ଭିଜିଲାନ୍ସ । ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

nis-ad
Leave A Reply

Your email address will not be published.