ଗୋପାଳର ଭାଇକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ୍‌

ବ୍ରହ୍ମପୁର: ନବଙ୍କ ହତ୍ୟାକାରୀ ଏଏସଆଇ ଗୋପାଳ ଦାସର ବଡ ଭାଇକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ ଟିମ୍‌ । ଗୋପାଳର ଜଳେଶ୍ୱର ଖଣ୍ଡି ତା‘ର ଗାଁରୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ତେବେ ଗୋପାଳକୁ କେଉଁ ଆଡେ ନେଇଛି ତାହା ଜଣା ପଡିନାହିଁ । ଗୋପାଳର ଭାଇ ଠାରୁ ହତ୍ୟାର କିଛି ସୁରାକ ମିଳିପାରେ ବୋଲି ବୋଧହୁଏ ଅନୁମାନ କରିଛି କ୍ରାଇମବ୍ରାଞ୍ଚ ।

ଏଥିସହିତ କ୍ରାଇମ୍‌ ସ୍ପଟ୍‌ରେ ମଧ୍ୟ ରହି କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ କରିଛି । ବ୍ରଜରାଜନଗରରେ ନବ ଦାସଙ୍କ ଉପରେ ଗୁଳିମାଡ଼ ହୋଇଥିବା ସ୍ଥାନରେ ଖୋଳତାଡ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ଟିମ୍‌ । କେମିତି ଓ କେଉଁ ପରିସ୍ଥିତିରେ ମନ୍ତ୍ରୀଙ୍କ ଉପରେ ଗୁଳିମାଡ଼ ହେଲା ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ଟିମ୍‌ । ହତ୍ୟାର ସବୁ ଦିଗରୁ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।

nis-ad
Leave A Reply

Your email address will not be published.