ଭୁବନେଶ୍ୱର: ନିଶା ନିବାରଣ କେନ୍ଦ୍ରନାଁରେ ପୁଣି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିନରେ ଥିବା ସାଇକୃପା ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଯୁବକଙ୍କ ପରିବାର ଲୋକଙ୍କ ପକ୍ଷରୁ ଆସିଛି ଅଭିଯୋଗ ।
ଖବର ଅନୁଯାୟୀ, ପଥର ବନ୍ଧ ବସ୍ତିର ସର୍ବେଶ୍ୱର ବେହେରାଙ୍କ ନିଶା ଛଡାଇବା ପାଇଁ ତାଙ୍କୁ ସାଇ କୃପା ନିଶା ନିବାରଣ କେନ୍ଦ୍ରରେ ଗତ ସପ୍ତାହରେ ଭର୍ତ୍ତି କରାଯାଇଥିଲା । ସର୍ବେଶ୍ୱରଙ୍କୁ ନିଶା ମୁକ୍ତ କରିବାକୁ ୭ ହଜାର ଟଙ୍କା ଅଗ୍ରୀମ ଦିଆଯାଇଥିଲା । ସର୍ବେଶ୍ୱରଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତଚିହ୍ନ ମଧ୍ୟ ରହିଥିବା ସୂଚନା ମିଳିଛି । ସେ ଗତ ୪ ଦିନ ହେବ ଚେତା ଶୂନ୍ୟ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି ।