ଭିଜିଲାନ୍ସ ଜାଲରେ ବଡ ମାଛ (ଟିପିଏସଓଡିଏଲ୍) ଜିଏମ୍, ୧୦ଟି ସ୍ଥାନରେ ଚଢ଼ାଉ…

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ଟିପିଏସଓଡିଏଲ୍ ଜିଏମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିପିଏସଓଡିଏଲ୍ ମୁଖ୍ୟ କାର୍ଯ୍ୟାଳୟର ଜିଏମ୍‌ ପ୍ରମୋଦ କୁମାର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବ୍ରହ୍ମପୁର ଓ ପୁରୀର ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।

ବ୍ରହ୍ମପୁରର ସିଦ୍ଧାର୍ଥ ନଗର ସ୍ଥିତ ୩ ମହଲା ଘର, ଶଶିଭୁଷନ ନଗର ସ୍ଥିତ ୨ମହଲା ଘର, ଲୋଚପଡା ସ୍ଥିତ ଘର ସମେତ ସ୍ଥାନୀୟ ଗାଉଞ୍ଜୁରେ ଥିବା ଫାର୍ମ ହାଉସ, ପୁରୀ ପିପିଲର ଏକ ଫ୍ଲାଟ୍, ଆମ୍ବପୁଅରେ ଥିବା ୨ ବିଏଚ୍‌କେ ଫ୍ଲାଟ ସମେତ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।

ଚଢାଉରେ ଜଣେ ଆଡିସନାଲ୍ ଏସ୍‌ପି , ୩ଜଣ ଡିଏସ୍‌ପି, ୧୨ ଜଣ ଇନସପେକ୍ଟର୍, ୧୨ ଏସ୍ଆଇ ଓ ଏଏସ୍ଆଇଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।

ପ୍ରମୋଦ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ଭିତ୍ତି କରି  ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଅନେକ ଜାଗା ରେ ଏକାକାଳୀନ  ଚଢ଼ାଉ କରିଥିଲା। ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ ତଦନ୍ତ ପରେ ସମ୍ପୂର୍ଣ ତଥ୍ୟ ଗଣମାଧ୍ୟମ କୁ ଦିଆ ଯିବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି

nis-ad
Leave A Reply

Your email address will not be published.