ଛତ୍ରପୁର ଏନଏସିରେ ମାଗଣା ଚକ୍ଷୁ ଚିକିତ୍ସା ଶିବର

ଛତ୍ରପୁର : ଛତ୍ରପୁର ଏନଏସି ଅନ୍ତର୍ଗତ ୩ନଂ ୱାର୍ଡ ର ମେଟାକଲୋନୀ ସ୍ଥିତ ମିଶନ ଶକ୍ତି ଗୃହ ପରିସରରେ କାଉନସିଲର ମାମା ସେଠୀଙ୍କ ନେତୃତ୍ୱରେ ବ୍ରହ୍ମପୁର ଇକୋସ୍ ଆଇ ହସ୍ପିଟାଲ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା, ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ୫ନଂ ୱାର୍ଡ କାଉନସିଲର ଡି.ଇନ୍ଦୁ , ଯୁବନେତା ମିଟୁ ବେହେରା, ମା ରାଜଲକ୍ଷ୍ମୀ ଏସଏଚଜି ଗୃଫ ର ସଭାନେତ୍ରୀ ପି .ପାର୍ବତୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ । ଛତ୍ରପୁର ଏନଏସ ଅଂଚଳର ବହୁ ସାଧାରଣ ଏହି ଶିବିର କୁ ଆସି ସେମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ବ୍ରହ୍ମପୁର ଇକୋସ୍ ଆଇ ହସ୍ପିଟାଲର ନୀରଜଂନ ସାହୁ, ରସିକରାଜ ଦିଗାଲ , ସବିତା ନାୟକ, ହରିଶ ଚନ୍ଦ୍ର ସାହୁ, ସାଗର ମହାନ୍ତି , ଦାମଦୋର ଆଚାରୀ ଓ ସଲିମ ପ୍ରମୁଖ ସମସ୍ତ ଚକ୍ଷୁ ରୋଗୀଙ୍କ ବିଭିନ୍ନ ପରୀକ୍ଷା କରିଥିଲେ ।

nis-ad
Leave A Reply

Your email address will not be published.