ବ୍ରହ୍ମପୁର : ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଆଜି ସିଟି ହସ୍ପିଟାଲରେ ରେ କନ୍ୟା ସନ୍ତାନ ଜନ୍ମ ଦେଇଥିବା ମାଁ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜାତୀୟ କନ୍ୟା ଶିଶୁ ସପ୍ତାହ ପାଳନ ଅବସରରେ” ବେଟୀ ବଚାଓ ବେଟୀ ପଢ଼ାଓ” ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କନ୍ୟା ଭୃଣ ହତ୍ୟା ବନ୍ଦ କରିବା, ଲିଙ୍ଗ ଅନୁପାତ ର ବୃଦ୍ଧି ରୋକିବା, କନ୍ୟା ଶିଶୁ ର ବଂଚିବା ଅଧିକାର କୁ କାୟମ ରଖି , ଦେଶର ବିକାଶରେ ସହାଭାଗିତା ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ପାଇଁ ଏହି ଅବସରରେ ସଚେତନତା ସୃଷ୍ଟି କରାଯାଇଥିଲା।
ଜାତୀୟ କନ୍ୟା ଶିଶୁ ସପ୍ତାହ ପାଳନ ଉଦଯାପନୀ ଦିନର ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଉମା ଶଙ୍କର ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶୁଭଶ୍ରୀ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ବ୍ରହ୍ମପୁର-1 ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ କ୍ରିଷ୍ଣା କୁମାରୀ ନନ୍ଦ, ଛତ୍ରପୁର କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ବିଭୁଦତ୍ତ ସାମନ୍ତରାୟ, ବ୍ରହ୍ମପୁର ର ଅମିୟ କୁମାର ତ୍ରିପାଠୀ, ଶିଶୁ ମଙ୍ଗଳ ସମିତି ର ଭାରପ୍ରାପ୍ତ ଚେୟାରମ୍ଯାନ ଡକ୍ଟର ଶ୍ୟାମ କାନ୍ତ ଜେନା ୱାନ୍ ଷ୍ଟପ୍ (ସଖୀ) ର ମୁଖ୍ୟ ମହେଶ୍ୱତା ପାଢୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ ମା ମାନଙ୍କୁ ଫୁଲ, ମିଠା ଓ ବେବୀ କିଟ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
ସାମ୍ପ୍ରତିକ ସମାଜ ରେ ଆଜି ମଧ୍ୟ ପୁଅ ପ୍ରାଧାନ୍ୟ ଓ ଲିଙ୍ଗ ପକ୍ଷପାତୀ ଚୟନ, ବା ଲିଙ୍ଗ ଚୟନ ଉପରେ ଗୁରୁତ୍ୱ ଦିଆଯାଉଛି।,ଲିଙ୍ଗ ନିରୂପଣ ଅଧିନିୟମ- 1994ପ୍ରି -କସସେପସନ ଏବଂ ପ୍ରି ନାଟାଲ ଡାଇଗ୍ନୋଷ୍ଟିକ କୌଶଳ ଅଧିନିୟମ ପ୍ରତିବନ୍ଧ, ନିୟଂତ୍ରଣ ଓ ପ୍ରତିରୋଧ ପାଇଁ ଜୋରିମାନା ଏବଂ ଆଇନ ଅନୁଯାୟୀ ଦଣ୍ଡ ବିଧାନ ରହିଥିବା ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ କହିଥିଲେ। ଗ୍ରାମଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ମାନଙ୍କରେ କନ୍ୟା ଶିଶୁର ଟୀକା କରଣ, ପୃଷ୍ଟି କର ଖାଦ୍ୟ, ସବୁ କନ୍ୟା ସନ୍ତାନ ମାନଙ୍କୁ ନିୟମିତ ସ୍କୁଲ ଯିବା ରେ ସୁନିଶ୍ଚିତ କରିବା ପାଇଁ ସମସ୍ତ ମା ମାନକୁ ସେ ବୁଝାଇଥିଲେ lଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ର ସୁଦାମ ପାଣିଗ୍ରାହୀ ଓ ଶିବ ପ୍ରସାଦ ପରିଚାଳନା କରିଥିଲାବେଳେ ସସ୍ମିତା ପାଣିଗ୍ରାହୀ, ପ୍ରଣତି କୋର୍, ବଳରାମ ମଲ୍ଲିକ, ସୁସ୍ମିତା ଭୋଇ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.