ରାଉରକେଲାରେ ‘ସରସ ମେଳା’ ଉଦଯାପିତ: ୧୩ ଦିନରେ ୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ…

ସୁନ୍ଦରଗଡ଼/ରାଉରକେଲା,: ହକି ବିଶ୍ବକପ ଅବସରରେ ରାଉରକେଲା ସହରରେ ଚାଲିଥିବା ‘ସରସ ମେଳା’ ଶୁକ୍ରବାର ଉଦଯାପିତ ହୋଇଯାଇଛି। ୧୩ ଦିନ ଧରି ଚାଲିଥିବା ଏହି ମେଳାରେ ୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି।

ଉଦଯାପନି ସନ୍ଧ୍ୟାରେ ରାଉରକେଲାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଯୋଗଦେଇ ଏହି ମେଳାର ସଫଳ ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ସରସ ମେଳାର କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା। ଜିଲ୍ଲାର ସଫଳ ହକି ଖେଳାଳି, ପୂର୍ବତନ କୋଚ ଏବଂ କ୍ରୀଡା ପ୍ରଶାସକମାନଙ୍କୁ ସମ୍ମାନିତ କରାଯାଇଥିଲା।

ଚଳିତ ସରସ ମେଳାରେ ହସ୍ତତନ୍ତ ସାମଗ୍ରୀରେ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ସମ୍ବଲପୁରର ଆଦ୍ୟଶା ମହିଳା ସ୍ବୟଂ ସହାୟକ ଗୋଷ୍ଠକୁ ସମ୍ମାନିତ କରାଯାଇଥିଲା। ରାଜ୍ୟ ବାହାରର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଭାବେ ପଶ୍ଚିମବଙ୍ଗର ପଦ୍ମ ମହିଳା ସ୍ୱର୍ଣ୍ଣିମାନ ଗୋଷ୍ଠୀକୁ ସମ୍ମାନିତ କରାଯାଇଥିଲା।

ସେହିପରି ମୟୂରଭଞ୍ଜର ମହିଳା ମଣ୍ଡଳ ଗ୍ରୁପକୁ ମୁଢି ମାଂସ ବିକ୍ରି ଲାଗି କରିଥିବାରୁ ସମ୍ମାନିତ କରାଯାଇଥିଲା।

ଏଥି ସହ ସୁନ୍ଦର ପ୍ରଦର୍ଶନୀ ଷ୍ଟଲ ନିମନ୍ତେ କେନ୍ଦ୍ରାପଡ଼ାର ହସ୍ତକଳା ଉତ୍ପାଦକ ଗୋଷ୍ଠୀର ସଦସ୍ୟିମାନଙ୍କୁ ଗୋଲଡେନ ଗ୍ରାସ ପାଇଁ ଏବଂ ଆସାମର ବୁଆରୀ ଜୀବିକା ଏସଏଚଜିକୁ ବାଉଁଶ ପ୍ରସ୍ତୁତି ସାମଗ୍ରୀ ବିକ୍ରୟ ପାଇଁ ସମ୍ମାନିତ କରାଯାଇଥିଲା।

ଅଭିନଵ ଉତ୍ପାଦ ବର୍ଗରେ ସବାଇ ମେସିନରେ ତିଆରି ସାମଗ୍ରୀ ପ୍ରସ୍ତୁତ କରିଥିବା ମୟୂରଭଞ୍ଜର ଗୁହାଳଡ଼ିହି ଉତ୍ପାଦକ ଗୋଷ୍ଠୀକୁ ସମ୍ମାନିତ କରାଯାଇଥିଲା। ଏଥିସହ ଥିମ ଷ୍ଟଲ ପାଇଁ ଉଦ୍ୟାନ କୃଷି ବିଭାଗ, ସ୍ୱଚ୍ଛ ଭାରତ ମିଶନ, ସୁନ୍ଦରଗଡ଼ ଏବଂ ସୁନ୍ଦରଗଡ଼ର ନିଅମ କେନ୍ଦ୍ରରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ସମ୍ମାନିତ କରାଯାଇଥିଲା। ସରସ ମେଳା ଆୟୋଜନ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ କରିଥିବା ଷ୍ଟିଲ ପ୍ଲାଣ୍ଟକୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ସେହିପରି ମଣିପୁରର ଥାଙ୍ଗ ଟା ନୃତ୍ୟ ଆଜିର ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିବା ବେଳେ ଝାରସୁଗୁଡ଼ାର ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ରାଉରକେଲାର ଦେବନୃତ୍ୟମ ପକ୍ଷରୁ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା।

ରାଉରକେଲାର ଭଞ୍ଜ ଭବନ ପଡିଆରେ ଜାନୁଆରି ୧୫ ତାରିଖରୁ ସରସ ମେଳା ଚଲିଥିଲା। ଏଥିରେ ମୋଟ ୨୫୦ଟି ଷ୍ଟଲ ପଡିଥିଲା। ରାଜ୍ୟ ଏବଂ ରାଜ୍ୟ ବାହାରର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ ଏହି ମେଳାରେ ଭାଗ ନେଇଥିଲେ।

ଉଦଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହଜାନ, ସୁନ୍ଦରଗଡ ଅତରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରବିନାରାୟଣ ସାହୁ, ରାଉରକେଲା ଏସପି ଶ୍ରୀଯୁକ୍ତ ମୁକେଶ କୁମାର ଭାମୁ, ଓରମାସ ଡେପୁଟି ସିଇଓ ଶ୍ରୀଯୁକ୍ତ କେଶବ ଝା ପ୍ରମୁଖ ଯୋଗ ଦେଇଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.