କବିସୂର୍ଯ୍ୟ ଥିଲେ ଜଣେ ସମାଜ ସଚେତକ କବି…

ବ୍ରହ୍ମପୁର : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସିଦ୍ଧ ଭୈରବୀ ଗଟ ବ୍ରହ୍ମପୁର ତରଫରୁ ସ୍ଥାନୀୟ ରାମହରି ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ସ୍ୱ ନକ୍ଷତ୍ର ଦିବସ ଉପଲକ୍ଷେ କବିସୂର୍ଯ୍ୟ ଜୟନ୍ତୀ ଉଦ୍ୟକ୍ତା ଡ଼ ପ୍ରାନଚାନ୍ଦ୍ ପଣ୍ଡା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଟିତ ହୋଇଥିଲା। ପୂର୍ବାହ୍ନରେ (୦୯ ଘଣ୍ଟା) କବିଙ୍କ ଅନ୍ତିମ ଜୀବନ ସମୟର ବାସସ୍ଥାନ ସ୍ଥାନୀୟ ବାଲାଜୀ ପେଣ୍ଠ ସାହି ନିକଟସ୍ଥ ଗଉଡ ସାହିର ମଧ୍ୟଭାଗରେ ଅବସ୍ଥିତ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ପୂଜ୍ୟପୂଜା ର ସମ୍ମାନାର୍ଥେ ଅପରାହ୍ନ ପାଞ୍ଚଟା ସମୟରେ ସ୍ଥାନୀୟ ରାମହରି ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟେ ଜୟନ୍ତୀ ଉତ୍ସବ” ସମାଜ ସଚେତକ ‘କବି କବିସୂର୍ଯ୍ୟ ” ଶୀର୍ଷକ ଆଲୋଚନାଚକ୍ର ଡ଼ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ହୋଇଥିଲା । ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡ଼ ଭଗବାନ ତ୍ରୀପାଠୀ, ମୂଖ୍ୟ ବକ୍ତା ଡ଼ ବନମାଳୀ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡ଼ ପ୍ରଫୁଲ୍ଲ କୁମାର ମହାନ୍ତି,ସଂଯୋଜକ ଡ଼ ପ୍ରାଣ ଚାନ୍ଦ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ ।

ଦୀପ ପ୍ରଜ୍ବଳନ ପରେ ବିଶିଷ୍ଟ ସାହିତ୍ୟିକ ଭଗିନୀ ପ୍ରେମସିଲା ନନ୍ଦ ପ୍ରାରମ୍ଭିକ ସଙ୍ଗୀତ ଗାନ କରି ଥିଲାବେଳେ ଅନ୍ୟତମ ବର୍ଷୀୟାନ ସାହିତ୍ୟିକ ଶ୍ରୀ ପ୍ରଫୁଲ୍ଲ କୁମାର ମହାପାତ୍ର କବିସୂର୍ଯ୍ୟ ଙ୍କ ମନୋମୁଗ୍ଧକର ଦୁଇଟି ସଙ୍ଗୀତ ଗାନ କରିଥିଲେ । କବିଙ୍କ ହୃଦୟସ୍ପର୍ଶି ଶ୍ରୀ ଜଗନ୍ନାଥ ଜଣାଣ ଶିଶୁ ମନ୍ଦିର ବିଦ୍ୟାର୍ଥୀ ଅନିଶା ପଣ୍ଡା ମଧ୍ୟ ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଉଦଘାଟକ ଡ଼ ଭଗବାନ ତ୍ରୀପାଠୀ କବିସୂର୍ଯ୍ୟ ଙ୍କ ପ୍ରମୁଖ ଜୀବନର କେତୋଟି ଜଣାଶୁଣା ଘଟଣାବଳୀ ଉପରେ ଆଲୋଚନା କରିଥିଲା ବେଳେ ସମ୍ମାନୀତ ଅତିଥି ଡ଼ ପ୍ର ଫୁଲ ମହାନ୍ତି ବାଲ୍ୟଜୀବନ ର ଉଲ୍ଲେଖ ନୀୟ ଘଟଣାବଳୀ ଉପରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଡ଼ ବନମାଳୀ ପାଣିଗ୍ରାହୀ ସମାଜ ସଚେତନ ମୂଳକ କବିତା ଗୁଡ଼ିକୁ ବିଶ୍ଳେଷଣ କରି କବିଙ୍କୁ ସମାଜ ସଚେତନତା ତାର ଏ କ ବାର୍ତ୍ତା ବାହକ ବୋଲି ଉଲ୍ଲେଖ କରିଥିଲେ । ବିଶିଷ୍ଟ ସାହିତ୍ୟିକ ବଂଶୀଧର ସେଠୀ, ଶ୍ରୀ ଉଦୟ ନାଥ ପାତ୍ର, ଗୌରୀ ଶଙ୍କର ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ପଣ୍ଡା, ପ୍ରମିତା ପଣ୍ଡା ପ୍ରମୁଖ କବିସୂର୍ଯ୍ୟ ଙ୍କ ବିବିଧ ପ୍ରସଙ୍ଗ ଓ ସଙ୍ଗୀତ ଉପରେ ଆଲୋଚନା କରିଥିଲେ । ସଭାପତି ଡ଼ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ କବିସୂର୍ଯ୍ୟ ଙ୍କ ସଙ୍ଗୀତ ଆଜି ପ୍ରତ୍ୟେକ ଗ୍ରାମରେ କିପରି ଲୋକପ୍ରିୟ ହୋଇପାରିଛି ତାର ଉଦାହରଣ ଦେଇଥିଲେ । ଏ ହିଁ କାର୍ଯ୍ୟକ୍ରମରେ ସର୍ଵ ଶ୍ରୀ ବିଜୟ ନନ୍ଦ, ଧର୍ମରାଜ ରେଡି,ରମେଶ ଚରଣ ତ୍ରୀପାଠୀ,ସତ୍ୟମିଶ୍ର, ସୁଦର୍ଶନ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ପ୍ରଧାନ ଆଚାର୍ଯ୍ୟ ଷଷ୍ଠୀ ଶଙ୍କର ବିଷୋୟୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.