ହିଞ୍ଜିଳିକାଟୁ : ଆଜି ସାରା ଦେଶରେ ପାଳିତ ହେଉଛି ୭୪ତମ ସାଧାରଣତନ୍ତ୍ର ଦିବସ । ଏହି ଉପଲକ୍ଷେ ପ୍ରେସକ୍ଳଵ ହିଞ୍ଜିଳିକାଟୁ ସଭାପତି ଦ୍ୱୀତୀକୃଷ୍ଣ ପଣ୍ଡା ହିଞ୍ଜିଳିକାଟୁ ବରାହି ପାହାଡ ଉପରେ ଥୁବା ପ୍ରେସକ୍ଳଵ ହିଞ୍ଜିଳିକାଟୁ କାର୍ଯ୍ୟାଳୟ ପରିସରରେ ସାମ୍ବାଦିକ ଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ଯାଳୟ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ସୁବାସ ପଲେଇ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏହା ପରେ ନିଜର ଅଭିଭାଷଣ ରଖିଛନ୍ତି ଶ୍ରୀ ପ,ଲେଇ। ଗଣତନ୍ତ୍ରକୁ ସମସ୍ତେ ସମ୍ମାନ ଦେବା ସହ ଭାଇଚାରା ବଜାୟ ରଖି ହିଞ୍ଜିଳିକାଟୁ ପୌରପରିଷଦ ର ଉନ୍ନତି ପାଇଁ ସମସ୍ତେ ଉଦ୍ୟମ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା , କାଉନସିଲର ବିଭୁ ପ୍ରସାଦ ପଣ୍ଡା ଙ୍କ ସମେତ ସମସ୍ତ କାଉନସିଲର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।ସେହିପରି ହିଞ୍ଜିଳିକାଟୁ ବ୍ଳକ ପରିଷର ରେ ଵ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟରେ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଅଧିକାରୀ ଡଃ ପ୍ରତିଭା ପାତ୍ର, ହିଞ୍ଜିଳି ଥାନା ପରିସରରେ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ, ହିଞ୍ଜିଳିକାଟୁ ସରକାରୀ ଵୃନ୍ଦାବନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ, ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧର, ହିଞ୍ଜିଳିକାଟୁ ଲକ୍ଷ୍ମୀନୃସିଂହ କଳାମନ୍ଦିର ପରିଷରରେ କଳାମନ୍ଦିର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ, ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ସଭାପତି ତଥା ଵିଜେଡି ରାଜ୍ୟ ସାଧାରଣ ସମ୍ପାଦକ ବରିଷ୍ଠ ବିଜେଡି ନେତା ଦେବାନନ୍ଦମହାପାତ୍ର, ହିଞ୍ଜିଳିକାଟୁ ଓମଶ୍ରୀ ଇଣ୍ଟରନେସନାଲ ସ୍କୁଲରେ ସ୍କୁଲର ଅଧ୍ୟକ୍ଷ ଏଲ କାମେଶ୍ବର ରାଓ ଙ୍କସମେତ ଏନ୍ଏସି ର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମହା ସମାରୋହରେ ସାଧାରଣତନ୍ତ ଦିବସ ପାଳିତ ହୋଇଯାଇଛି।
Sign in
Sign in
Recover your password.
A password will be e-mailed to you.