ଟାଉନହଲଠାରେ ତ୍ରୟୋଦଶ ଭୋଟର ଦିବସ ପାଳିତ…

ବୌଦ୍ଧ : ଆଜି ଦିନ 11 ଘଣ୍ଟା ସମୟ ରେ ବୌଦ୍ଧ ଟାଉନହଲ ଠାରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ତ୍ରୟୋଦଶତମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ସତ୍ୟଜିତ ମହାପାତ୍ର ଙ୍କ ସଂଯଜନା ରେ ଅନୁଷ୍ଠିତ l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ଯୋଗ ଦେଇଥିଲେ l
ସଂମ୍ମାନିତ ଅତିଥିଭାବରେ ବୌଦ୍ଧ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର ପ୍ରମୁଖ ଯୋଗଦେଇଥିଲେ l ଅତିଥିମାନେ ଭୋଟଦାନ କିଭଳି ଗଣତନ୍ତ୍ର ଓ ସୁଦୃଢ କରିବାସହ ନାଗରିକ ଙ୍କୁ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ ପାଇଁ ପରାମର୍ଶ ଦେଇଥିଲେ l ଉକ୍ତ ଅବସରରେ ବିଭିନ୍ନ ବୋଥ ରେ ଭୋଟର ତାଲିକା ସଂସଧନ କାର୍ଯ୍ୟରେ ଉଲେଖନୀୟ କାଯ୍ୟକରିଥିବା ବିଏଲଓ ଓ ସୁପରଭାଇଜର ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା l ସେହିପରି ଭୋଟର ଦିବସ ପାଇଁ ଅନୁଷ୍ଠିତ ରଚନା, ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା l

nis-ad
Leave A Reply

Your email address will not be published.