କନ୍ଧମାଳ ଜିଲ୍ଲା ହେଉଛି ସମଗ୍ର ରାଜ୍ୟର ନ୍ୟାରା ଜିଲ୍ଲା : ଶ୍ରମ ମନ୍ତ୍ରୀ


ଫୁଲବାଣୀ :- କନ୍ଧମାଳ ଜିଲ୍ଲାର କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୩ ଆଜି ବୁଧବାର ସନ୍ଧ୍ୟାରେ ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମ୍ ଠାରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କର କମଳରେ ଉଦ୍ଘାଟିତ ହୋଇଯାଇଛି l ଉକ୍ତ ମହୋତ୍ସବରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ କନ୍ଧମାଳର ଲୋକ କଳା ସଂସ୍କୃତି ସମଗ୍ର ଦେଶରେ ଆଜି ପରିଚିତ ହୋଇ ପାରିଛି l ଏପରିକି ଦେଶର ବିଭିନ୍ନ ରାଜ୍ୟକୁ ଯାଇ ଆମ କନ୍ଧମାଳ ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇଛନ୍ତି l ଏହି ମହୋତ୍ସବ ହିଁ ତାର ଏକ ମାତ୍ର ପ୍ଲାଟ୍ ଫର୍ମ କହିଲେ ଚଳେ ବୋଲି ବକ୍ତବ୍ୟ ରଖିଥିଲେ l ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଏସ ଡି ସି ଅଧ୍ୟକ୍ଷ ରଦନ ମଲିକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ନନ୍ଦିନୀ ମଲିକ,ଜିଲ୍ଲା ସାଂସ୍କୃତିକ ଅଧିକାରୀ ଅକ୍ଷୟ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ଏହି ମହୋତ୍ସବ ବିଶେଷକରି ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରୀ କରିବାରେ ସହାୟକ ହେବ ବୋଲି କହିଥିଲେ l ଏହି ମହୋତ୍ସବରେ ୨ଶହ ୪୦ ଷ୍ଟଲ ଆୟୋଜିତ ହୋଇଥିବା ବେଳେ ପ୍ରଥମ ଦିନରେ ଅଧିକାଂଶ ଷ୍ଟଲ୍ ଖାଲି ପଡିଥିବା ଦେଖିବାକୁ ମିଳିଥିଲା l ରାଜ୍ୟର ବିଭିନ୍ନ ସ୍ଥାନରୁ ସ୍ବୟଂ ସହାୟିକା ଗୋଷ୍ଠୀ ଯୋଗ ଦେଇଥିଲେ lକନ୍ଧମାଳ ମହୋତ୍ସବ ଅବସରରେ ପ୍ରକାଶିତ ସ୍ମରଣିକାକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ l ଅଶୋକ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ lଏହି ଅବସରରେ ଜିଲ୍ଲା ଓ ଜିଲ୍ଲା ବାହାର କଳାକାର ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୂଷ୍ଠିତ ହୋଇଥିଲା lକନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱରଂଜନ ନାୟକ, ସଂସ୍କୃତି ଅଧିକାରୀ ଅକ୍ଷୟ ସେଠି, ଅରମାସ ମୁଖ୍ୟ ନିର୍ବାହୀ ଦୁର୍ଗା ପ୍ରସାଦ ଭୂୟାଁ ପ୍ରମୁଖ ମହୋତ୍ସବ ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.