କନ୍ଧମାଳ ମହୋତ୍ସବରେ ସ୍ଥାନୀୟ କଳାକାରଙ୍କୁ ମିଳୁନି ସୁଯୋଗ : (ଜଳନ୍ଧର,ଯଦୁ ନନ୍ଦନ ଆଣିଲେ ଅଭିଯୋଗ)

ଫୁଲବାଣୀ :- କନ୍ଧମାଳ ଜିଲ୍ଲାରେ ଲୋକ କଳା ଲୋକ ସଂଗୀତର ପ୍ରଚାର ପ୍ରସାର ଦିଗରେ ଅହରହ ସଂଗ୍ରାମ କରି ରାଜ୍ୟ ତଥା ଦେଶରେ ବିଭିନ୍ନ ମଞ୍ଚ ଓ ସିନେମାରେ ନିଜର କଳା ନୈପୁଣ ପ୍ରଦର୍ଶନ କରି ଜ଼ିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିବା ବିଭିନ୍ନ କଳା ସଂଗଠନ ଏବଂ କଳାକାର ଙ୍କୁ ନିଜ ଜ଼ିଲ୍ଲା ରେ ସ୍ଥାନ ମିଳିନଥିବା କ୍ଷଭୋ ପ୍ରକାଶ କରିଛନ୍ତି ଲୋକ କଳାକାର ତଥା ସିନେମା ଅଭିନେତା ଜଳନ୍ଧର ବେହେରା ଏବଂ ଏନ ଏସ ଡ଼ି ଆନ ତଥା ବଲିଉଡ ଅଭିନେତା ଯଦୁ ନନ୍ଦନ ବେହେରାଙ୍କୁ କେବେ ଜ଼ିଲ୍ଲା ପ୍ରଶାସନ ସମ୍ମାନିତ କରିନାହିଁ ଯାହା ଏବେଠୁ ଜ଼ିଲ୍ଲାରେ ବିଭିନ୍ନ ଗାଁ ରେ ଚର୍ଚ୍ଚା ଆରମ୍ଭ ହେଲାଣି l ଜ଼ିଲ୍ଲା ସଂସ୍କୃତି ଅଧିକାରୀ ମନୋମୁଖୀ ଏହିଭଳି ଆକ୍ରୋଶ ଭାବ ରଖି ସ୍ଥାନୀୟ କଳାକାର ଙ୍କୁ ସୁଯୋଗ ଦେଉ ନଥିବା ଅଭିଯୋଗ ହେଉଛି lବରିଷ୍ଠ କଳାକାର ଜଳନ୍ଧର ବେହେରା କହିଛନ୍ତି ଯେ ମହୋତ୍ସବରେ କିଛି ଅଣ କଳାକାର ପ୍ରବେଶ କରି ମନୋମୁଖି ଶାସନ କରୁଛନ୍ତି କିଛି ଅଣ କଳାକାର ବ୍ୟକ୍ତିଙ୍କ ମନମୁଖୀ ଶାସନରେ ପ୍ରଶାସନିକ ଅଧିକାରୀ ମାନେ

ପରିଚାଳିତ,ଯାହାଦ୍ଵାରା, ପ୍ରକୃତ କଳାକାରଙ୍କୁ ଉପଯୁକ୍ତ ସମ୍ମାନମିଳୁନାହିଁ। ସ୍ଥାନୀୟ କଳାକାର ଜ଼ିଲ୍ଲା ବାହାରେ କନ୍ଧମାଳ ର ଆଦିବାସୀ ନୃତ୍ୟ କୁ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂଶିତ ହୋଇ ଥିବାବେଳେ କାହିଁକି ଜ଼ିଲ୍ଲା ର ବିଭିନ୍ନ ବ୍ଲକରେ ଥିବା କଳାକାରଙ୍କୁ ସୁଯୋଗ ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି l ବାହାରୁ କଳା କାର ଆମଦାନୀ କରାଯାଇ ଆବଶ୍ୟକତାରୁ ଅଧିକ ଅର୍ଥ ପ୍ରଦାନ କରି ମହୋତ୍ସବ ରେ ସୁଯୋଗ ଦିଆଯାଉଛି ଏହାକୁ ବଲିଉଡ କଳାକାର ଯଦୁ ନନ୍ଦନ ବେହେରା ଏବଂ ଓଲିଉଡ଼ କଳାକାର ଏବଂ ସଂଗୀତଜ୍ଞ ଜଳନ୍ଧର ବେହେରା ତୀବ୍ର ବିରୋଧ କରିଛନ୍ତି l ଆଦିବାସୀ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଜ଼ିଲ୍ଲା ପ୍ରଶାସନ କୁଣ୍ଠାବୋଧ କରୁଛି କାହିଁକି l ଏହାର ଅତିଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଜ଼ିଲ୍ଲାର ସମସ୍ତ ଲୋକ କଳାକାର ରାଜ ରାସ୍ତାକୁ ଓଲ୍ହାଇବାକୁ ଜ଼ିଲ୍ଲା ର ବିଭିନ୍ନ କଳା ସଂଗଠନ ଚେତାବନୀ ଦେଇଥିବା ଜଣା ପଡିଛି l

nis-ad
Leave A Reply

Your email address will not be published.