ନବରଙ୍ଗପୁର ଜିଲାପାଳ ପାଇବେ ରାଜ୍ୟସ୍ତରୀୟ ସମ୍ମାନ…

ନବରଙ୍ଗପୁର: ଜାତୀୟ ନିର୍ବାଚନ ଆୟୋଗର ନିର୍ଦ୍ଦେଶ ପ୍ରକାରେ ଗତ ୫ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଭୋଟର କାର୍ଡ ସହିତ ଆଧାର ସଂଯୋଗରେ ରାଜ୍ୟସ୍ତରରେ ନବରଙ୍ଗପୁର ଜିଲା ପ୍ରଥମ ହେବା ସହିତ ଅନ୍ୟାନ୍ୟ କାର୍ଯ୍ୟରେ ଉତ୍ତମ ପାରଦର୍ଶିତା ଲାଭ କରିଛି ।  ଏହି ସଫଳତା ପାଇଁ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଡଃ.କମଳ ଲୋଚନ ମିଶ୍ର ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନୀତ ହେବେ ।

ଆସନ୍ତା ୨୫ ତାରିଖରେ ଜାତୀୟ ଭୋଟର ଦିବସ ପାଳନ ଅବସରରେ ରାଜ୍ୟପାଳ ଉପସ୍ଥିତ ରହି ଜିଲାପାଳ ଡଃ.ମିଶ୍ରଙ୍କୁ ସମ୍ମାନୀତ କରିବେ ବୋଲି ଜଣାପଡିଛି । ଏ ସଂପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପତ୍ର ସଂଖ୍ୟା- ୫୮୮ ତା ୨୧.୧.୨୩ରେ ସୂଚନା ଦେଇ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ଉପସ୍ଥିତ ରହି ମେମୋଣ୍ଟ ଓ ପ୍ରମାଣପତ୍ର  ଗ୍ରହଣ କରିବାକୁ  ଉଳ୍ଳେଖ କରାଯାଇଛି । ତେବେ ଜିଲାପାଳ ଡଃ.ମିଶ୍ର ଏହା ଶ୍ରେୟ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ, ବିଇଓ, ସମସ୍ତ ରାଜନୈତିକଦଳ ଓ ସହଯୋଗ କରିଥିବା ସମସ୍ତ ଭୋଟରଙ୍କୁ ଦେଇଛନ୍ତି ।

nis-ad
Leave A Reply

Your email address will not be published.