କିଆମୁଣ୍ଡା ଗ୍ରାମରେ ଚର୍ଚ୍ଚ ଉଦ୍ଘାଟନ…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଞ୍ଚାୟତ କିଆମୁଣ୍ଡା ଠାରେ ଚର୍ଚ୍ଚ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ । ଏହି ଉଦ୍ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ପୂର୍ବତନ ବିଧାୟକ ଦୁଗୁନି କହଁର ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ । ଚର୍ଚ୍ଚ ର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଫାଦର ସିମନ ଦିଗାଲ,ପାଷ୍ଟର ଜିଖରିୟ ଦିଗାଲ,ପାଷ୍ଟର କାତର ଦିଗାଲ,ପାଷ୍ଟର ଲାଇବନ ଦିଗାଲ,ପାଷ୍ଟର ସୁରେନ୍ଦ୍ର ଦିଗାଲ,ପାଷ୍ଟର ଯହନ ଦିଗାଲ,ଓ ଅନ୍ୟାନ୍ୟ କର୍ମକର୍ତ୍ତା ଓ ମାନ୍ୟଗଣ୍ୟ ଭଦ୍ରବ୍ୟକ୍ତି ଏବଂ ମହିଳା ମାନେ ଉପସ୍ଥିତ ରହିଥିଲେ । ପୂର୍ବତନ ବିଧାୟକ ଦୁଗୁନି କହଁର ପ୍ରଥମେ ଫିତା କାଟି,କେଣ୍ଡେଲ୍ ଜାଳି ଚର୍ଚ୍ଚ ଗୃହ ଉଦ୍ ଘାଟନ କରିଥିଲେ ‌ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ପୃଥିବି ପୃଷ୍ଠ ରେ ଅବତୀର୍ଣ୍ଣ ର ଉଦେଶ୍ୟ ବିଷୟରେ ପ୍ରାଞ୍ଜଳ ଭାବରେ ନିଜର ସମ୍ଭାଷଣ ରଖିଥିଲେ । ଉପସ୍ଥିତ ଥିବା ମଣ୍ଡଳୀ ବିଧାୟକ ଙ୍କ ସମ୍ଭାଷଣ କୁ ମୁଗ୍ଧ ହୋଇ ଶ୍ରବଣ କରିବା ସହ ତାଙ୍କୁ ବହୁ ମାତ୍ରାରେ ପ୍ରଶଂସା ମଧ୍ୟ କରିଥିଲେ । ପୂର୍ବତନ ବିଧାୟକ ଙ୍କ ବର୍ତ୍ତା କୁ ଜନସାଧାରଣ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା ।

nis-ad
Leave A Reply

Your email address will not be published.