ଉଚ୍ଚ କୋଟିର ପ୍ରଦର୍ଶନ ଯୋଗୁ ବିଶ୍ୱବିଦ୍ୟାଳୟ ତଥା ଜାତୀୟସ୍ତରରେ ସମ୍ମାନୀତ

ଫୁଲବାଣୀ : ଜାତୀୟ ବିଶ୍ୱ ବିଦ୍ୟାଳୟ ସ୍ତରୀୟ ଟାଇକଣ୍ଡ ପ୍ରତିଯୋଗିତା ପଞ୍ଜାବର ଅମୃତସର ଠାରେ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟରେ ଗତ ତାରିଖ 8.01.2023 ଠାରୁ 12.01.2023 ପର୍ଯ୍ୟନ୍ତ ଅନୁଷ୍ଠତ ହୋଇ ଥିଲା l ଏଥିରେ ସମଗ୍ର ଭାରତ ବର୍ଷର ୨୯ ଟି ରାଜ୍ୟର ୧୬୦ ଟି ବିଶ୍ୱ ବିଦ୍ୟାଳୟରୁ ପ୍ରାୟ ୧୫ ଶହ ପ୍ରତିଯୋଗି ଏଥିରେ ଅଂଶଗ୍ରହଣ କରିଥିଲେ | ଆମ କନ୍ଧମାଳ ଜିଲ୍ଲାର ଶ୍ରୀମତୀ ଶାଲିନି ସିଂ ଙ୍କୁ ଡଃ ବି ଆର ଆମ୍ବେଦକର ବିଶ୍ୱବିଦ୍ୟାଳୟଶ୍ରୀକାକୁଲମ ରୁ ଚୟନ କରି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପ୍ରେରିତ କରାଯାଇଥିଲା l ପ୍ରଥମ ମ୍ୟାଚରେ ହରିୟାଣା ଏବଂ ଦ୍ଵିତୀୟ ମ୍ୟାଚରେ ଗୁଜୁରାଟର ପ୍ରତିଦ୍ଵନ୍ଦୀଙ୍କୁ ପରାସ୍ତ କରି ଥିଲେ l ତୃତୀୟ ମ୍ୟାଚରେ ଉତ୍ତର ପ୍ରଦେଶର ପ୍ରତିଦ୍ୱିନ୍ଦି ଠାରୁ ସେମି ଫାଇନାଲରେ ପରାସ୍ତ ହୋଇଥିଲେ l ଏଥିରେ ଶାଳିନୀ ସିଂ,ଏମ .ସିରିସା, କେ .ଶ୍ରାବଣୀ ସହ କୋଚ ଦେବାଶିସ୍ ପ୍ରଧାନ ଅଂଶଗ୍ରହଣ କରିଥିଲେ l ସମସ୍ତଙ୍କର ଉଚ୍ଚ କୋଟିର ପ୍ରଦର୍ଶନ ଯୋଗୁ ବିଶ୍ୱବିଦ୍ୟାଳୟ ତଥା ଜାତୀୟ ସ୍ତରରେ ସମ୍ମାନୀତ ହୋଇଛନ୍ତି l

nis-ad
Leave A Reply

Your email address will not be published.