ନକଲି ଆକ୍ବାଗାର୍ଡ ଗୋଦାମରେ ଚଢାଉ, ଦାମୀ କମ୍ପାନୀର ଲୋଗୋ ଲଗାଇ କରୁଥିଲେ କଳାକାରବାର

କଟକ  : କଟକରୁ ପୁଣି ନକଲି ଗୋଦାମ ଠାବ । ଦୀର୍ଘ ଦିନ ଚାଲୁଥିବା ନକଲି ଆକ୍ୱାଗାର୍ଡ ଗୋଦାମରେ ଚଢାଉ କରିଛି କମିଶନରେଟ୍ ପୋଲିସ ।କଟକ ବାଦାମବାଡି ଜଗନ୍ନାଥ ଲେନ୍‌ରେ ଦୀର୍ଘ ଦିନ ଧରି ଏକ ନକଲି ଆକ୍ୱାଗାର୍ଡ କମ୍ପାନୀ ଚାଲିଥିଲା । ଯାହାର ଗୁଇନ୍ଦା ସୂଚନା କମିଶନରେଟ୍ ପୋଲିସକୁ ମିଳିଥିଲା । ଏହିକ୍ରମରେ ରବିବାର ଦିନ ଉକ୍ତ ଗୋଦାମରେ ଚଢାଉ କରିଥିଲା ବାଦାମବାଡି ଥାନା ପୋଲିସ ।

ଏହି ଚଢାଉରେ ଅନେକ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ । କଟକ ଵାଦାମଵାଡି ଅଞ୍ଚଳରେ ଠାଵ ହେଲା ନକଲି ଆକୁଆଗାର୍ଡ ଆସେମ୍ଵଲିଂ ୟୁନିଟ। ଦିଲ୍ଲୀରୁ ୟୁରେକା ଫାର୍ଵସ ଆକୁଆଗାର୍ଡର ଵିଭିନ୍ନ ଯନ୍ତ୍ରାଂଶ ଓ ଷ୍ଟିକର, ଲୋଗୋ, ହଲୋଗ୍ରାମ ଆଦି ଆଣି ଵାଦାମଵାଡି ଜଗନ୍ନାଥ ଲେନର ଏକ ଘରେ ଆସେମ୍ବଲ କରାଯାଇଥିଲା । ଅସଲ ଦାମଠାରୁ ଅତି କମ୍ ଦାମରେ ଵିକ୍ରି କରାଯାଉଥିଲା । ଏନେଇ ଵାଦାମଵାଡି ଥାନା ଅଧିକାରୀ ଏକ ସୂଚନା ପାଇବା ପରେ ଗତକାଲି ସଂଧ୍ୟାରୁ ଵିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ସେହିପରି ନକଲି ଆକ୍ବାଗାର୍ଡ ତିଆରି ୟୁନିଟ ଉପରେ ମଧ୍ୟ ଚାଲିଛି ଚଢାଉ।

nis-ad
Leave A Reply

Your email address will not be published.