ସୁଟକେସ୍‌ରେ ଯୁବକଙ୍କ ମୃତଦେହ, ହତ୍ୟା ପରେ ଜଙ୍ଗଲରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଟାଙ୍ଗୀ : ସୁଟକେସ୍‌ରୁ ମିଳିଲା ଯୁବକଙ୍କ ମୃତଦେହ । ଜଙ୍ଗଲରେ ମଧ୍ୟରେ ଫିଙ୍ଗା ଯାଇଥିଲା ଏହି ସୁଟକେସ୍‌ । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ହରିପୁର ଫରେଷ୍ଟ ଜଙ୍ଗଲରେ ପଡିଛି ସୁଟ୍‌କେସ । ନାଚୁଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ରବିବାର ଦିନ ହରିପୁର ଫରେଷ୍ଟ ଜଙ୍ଗଲରେ ଏକ ସୁଟକେଶ୍‌ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ନାଚୁଣୀ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଟ୍‌କେଶକୁ ଜବତ କରିଥିଲା । ସୁଟ୍‌କେସ୍‌କୁ ଯାଞ୍ଚ ବେଳେ ଜଣେ ଯୁବକଙ୍କ ମୃତଦେହ ଥିବାର ଦେଖିବାକୁ ମିଳିଛି । ଯୁବକଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ସୁଟକେଶ୍‌ ଭିତିରେ ଭର୍ତ୍ତି କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।

ସେପଟେ  ନାଚୁଣୀ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ମୃତ ଯୁବକ ଜଣକ କି’ଏ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଯୁବକକୁ ଅନ୍ୟ କେଉଁଠି ହତ୍ୟା କରିବା ପରେ ହତ୍ୟାକାରୀମାନେ ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରୁଛି ପୋଲିସ । ସାଇଣ୍ଟଫିକ୍ ଟିମ୍ ର ତଦନ୍ତ ପରେ ପୋଲିସ ତା’ର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ବାଲୁଗାଁ ଏସ୍‌ଡିପିଓ  ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.