କୂଅ ଭିତରୁ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା : କୂଅ ଭିତରୁ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର। ଖୋର୍ଦ୍ଧା ଜିଲ୍ଲା ପୁବୁସାହି ଓଳସିଂହ ଗାଁରୁ ନାବାଳକଙ୍କ ମୃତଦେହ ଠାବ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ପୁବୁସାହି ଓଳସିଂହ ଗାଁର ମହେଶ୍ଵର ବେହେରାଙ୍କ ୧୦ ବର୍ଷର ପୁଅ ଶନିବାର ସନ୍ଧ୍ୟା ସମୟରୁ ନିଖୋଜ ଥିଲେ। ବହୁ ଖୋଜାଖୋଜି କରିବା ସତ୍ତ୍ଵେ ତାଙ୍କର କୌଣସି ପତ୍ତା ମିଳିନଥିଲା। ରବିବାର ସକାଳ ସମୟରେ ଘର ପଛପଟୁ ଏକ ପରିତ୍ୟକ୍ତ କୂଅ ଭିତରୁ ନାବାଳକଙ୍କ ମୃତଦେହ ଏବଂ ତାଙ୍କର ସାଇକେଲ୍ ଉଦ୍ଧାର ହୋଇଛି।

ଘଟଣା ସମ୍ପର୍କରେ ଖବର ପାଇ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଡଗ୍ ସ୍କ୍ଵାଡ୍ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନାବାଳକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି।

nis-ad
Leave A Reply

Your email address will not be published.