ପୁରୀ ରଥଖଳାକୁ ଗଲା ପ୍ରଥମ ରଥକାଠ

ନୟାଗଡ଼: ବିଶ୍ୱପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ନିମନ୍ତେ ନୟାଗଡ଼ ବନଖଣ୍ଡ ଦଶପଲ୍ଲା ବନାଞ୍ଚଳରୁ ଶନିବାର ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀ ରଥଖଳାକୁ ପଠାଯାଇଛି। ଦଶପଲ୍ଲା ମହାବୀରଙ୍କ ମନ୍ଦିର ଏବଂ ନୟାଗଡ଼ ଜଗନ୍ନାଥ ମନ୍ଦିରରେ ସମ୍ମୁଖରେ କାଠବୋଝେଇ ୩ଟି ଟ୍ରକ୍‌କୁ ବିଶେଷ ପୂଜାର୍ଚ୍ଚନା କରାଯିବା ପରେ ଗାଡିଗୁଡ଼ିକ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି।

ଏହି ଅବସରରେ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ସହକାରୀ ବନ ସଂରକ୍ଷକ ହିମାଂଶୁ ମୁଦୁଲି, ଏସିଏଫ୍‌ ଶ୍ୱେତାଲିନା ସାହୁ, ଦଶପଲ୍ଲା ବନାଞ୍ଚଳ ଅଧିକାରୀ ନିଖିଳେଶ ମଲ୍ଲିକ, ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ ଫରେଷ୍ଟର ମନୋଜ ପ୍ରଭାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ଦଶପଲ୍ଲା ବନାଞ୍ଚଳର ଚଢ଼େୟାପଲ୍ଲୀ ଓ ପୋଖରୀଗୋଚ୍ଛା ସେକ୍ସନରୁ ସଂଗୃହୀତ ୨୦ଫୁଟିଆ ଓ ୧୨ ଫୁଟିଆ ଅସନ ଓ ଧଉରା ୧୦୪ଖଣ୍ଡ କାଠ ପଠାଯାଇଛି। ଏଥିମଧ୍ୟରେ ଅସନ ୭୧ଖଣ୍ଡ ଓ ଧଉରା ୩୩ଖଣ୍ଡ ଥିବା ଜଣାପଡିଛି।

nis-ad
Leave A Reply

Your email address will not be published.