କଳିଙ୍ଗା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ବାଇକରେ ଦୁଇଜଣ ଭାରସାମ୍ୟ ହରାଇ ଗାର୍ଡୱାଲରେ ଧକ୍କା ହୋଇ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଯୁବକ ଗୁରୁତର ହୋଇ ଜି ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନାଯୋଗ୍ୟ ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ମଙ୍ଗଳପୁର ବାଟୁଳି ସାହିର ଦୀପକ କୁମାର ପରିଡା ୧୭ ଓ ସୁଶାନ୍ତ କୁମାର ପରିଡା ୨୯ ହିରୋ ସ୍ପ୍ଲେଣ୍ଡର ଓ ଡି ୦୭ ଏ ୦୧୮୫ ବାଇକ ଯୋଗେ ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳରୁ କନ୍ଧମାଳ ଜିଲ୍ଲା ଜି ଉଦୟଗିରି କୁ ବାର୍ଥ ଡେ କେକ ନେବା ପାଇଁ ଆସିଥିଲେ। ସେମାନେ କେକ ନେଇ ଭଞ୍ଜନଗର ଅଭିମୁଖେ ଫେରୁଥିବା ବେଳେ କଳିଙ୍ଗା ଘାଟି ଅନ୍ଧାର କୁଟ ନିକଟରେ ବାଇକ ଭାରସାମ୍ୟ ହରାଇ ରାସ୍ତାର ଗାର୍ଡୱାଲରେ ଧକ୍କା ହୋଇ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାର ଖବର ପାଇ ଟିମ ହ୍ୟୁମାନିଟିର ସଦସ୍ୟ ଜି ଉଦୟଗିରି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଏବଂ ଏସ ଆଇ ବିନୟ କୁମାର ମହାରଣା ଘଟଣା ଘଟଣାସ୍ଥଳରେ ପହଂଚି ଗୁରୁତର ଆହତ ହୋଇଥିବା ଯୁବକ ଦୁଇ ଜଣ କୁ ଚିକିତ୍ସା ନିମନ୍ତେ ଜି ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କୁ ଆଣି ଭର୍ତ୍ତି କରିଥିଲେ । କଳିଙ୍ଗା ସମାଜସେବୀ ଅମନ ନାୟକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କାର୍ଯ୍ୟରେ ସାହାର୍ଯ୍ୟ ସହଯୋଗ କରିଥିଲେ।ଜି ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ଅଶୋକ ପ୍ରଧାନ ଦୀପକ କୁମାର ପରିଡ଼ା ୧୭ ଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ସୁଶାନ୍ତ କୁମାର ପରିଡ଼ା ୨୯ ଗୁରୁତର ଆହତ ହୋଇ ଜି ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି।

nis-ad
Leave A Reply

Your email address will not be published.