୫ଟି ପଞ୍ଚାୟତକୁ ଆବର୍ଜନା ସଂଗ୍ରହ ଗାଡି ପ୍ରଦାନ…

ଛତ୍ରପୁର : ମୋ ସ୍ୱାଭିମାନ ସ୍ୱଚ୍ଛ ଗଂଜାମ ଆନୁକୂଲ୍ୟରେ ସହରାଞ୍ଚଳ ଭଳି ଗ୍ରାମାଞ୍ଚଳ ଗୁଡିକରେ ଅବର୍ଜନା ମୁକ୍ତ କରିବା ଲକ୍ଷ୍ୟ ନେଇ ଶନିବାର ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ରଙ୍ଗେଇଲୁଣ୍ଡା ଓ କୁକୁଡାଖଣ୍ଡି ବ୍ଲକର ୫ଟି ପଞ୍ଚାୟତକୁ ଶୁଖୀଲା ଓ ଓଦା ବଜ୍ୟ ବସ୍ତୁ ସଂଗ୍ରହ କରିବା ନିମନ୍ତେ ୫ଟି ଗାଡି ପ୍ରଦାନ କରାଯାଇଛି । ଏହି ଗୁଡିକ ପଞ୍ଚାୟତର ଘର କୁ ଘର ବୁଲି ଶୁଖିଲା ଓ ଓଦା ବଜ୍ୟ ବସ୍ତୁ ସଂଗ୍ରହ କରିବ । ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବା ସହିତ ଗାଡିର ଚାବି ଗୁଡିକ ପଞ୍ଚାୟତର ପ୍ରତିନିଧି ମାନଙ୍କୁ ହସ୍ତାନ୍ତର କରିଥିଲେ । ଏହି ଅବସରରେ ଗଂଜାମ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତି ଭାସନ ୱ, ଜଳ ଓ ପରିମଳ ମିଶନର ଜିଲ୍ଲା ସଂଯୋଜିକା ନମିତା ନାହାକ, ୨ଟି ବ୍ଲକର ବିଡିଓ ଏବଂ ସରପଞ୍ଚ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.